STORYMIRROR

BANANIBALA NAIK

Others

4  

BANANIBALA NAIK

Others

ବୃତ୍ରାସୁର

ବୃତ୍ରାସୁର

1 min
378


ତ୍ଵଷ୍ଠା ନାମେ ଥିଲା ନରପତି ଏକ
ବିଶ୍ଵରୂପ ତାର ପୁତ୍ର,
ଘଟଣା କ୍ରମରେ ସୁରପତି ଇନ୍ଦ୍ର
ବିଶ୍ଵରୂପେ କଲେ ହତ ।।
କ୍ରୋଧବଶ ହୋଇ ତ୍ଵଷ୍ଠା ଯଜ୍ଞ କଲା
ଯଜ୍ଞରୁ ସମ୍ଭୂତ ସୁତ,
ପ୍ରଚଣ୍ଡ ପ୍ରତାପୀ ଥିଲା ସେ ଅସୁର
ନାମ ଟି ତାହାର ବୃତ୍ର ।।
ସଚିପତି ଠାରେ ଆକ୍ରୋଶ ମନରେ
ପ୍ରତିଶୋଧ ପରାୟଣ ,
ଅମର ବରଟି ଲଭିଥିଲା ଯେଣୁ
ନ ହେବ ତାର ମରଣ ।।
ଅଟ୍ଟହାସ୍ୟ କରି ହସ୍ତେ ଖଡ୍ଗ ଧରି
ଆରମ୍ଭିଲା ଅତ୍ୟାଚାର,
ପରାକ୍ରମ ଦେଖି ତିନି ପୁରେ ସର୍ବେ
ଭୟେ ହେଲେ ଥରହର ।।
କୌଣସି ଅସ୍ତ୍ରରେ ମୃତ୍ୟୁ ହେବ ନାହିଁ
ଲଭିଥିଲା ଏହି ବର,
ବ୍ରହ୍ମା ବିଷ୍ଣୁ ସଙ୍ଗେ ସର୍ବ ଦେବଗଣ
ଚିନ୍ତିତ ପୁଣି ଶଙ୍କର ।।
ସର୍ବେ ଯାଇ ବିଷ୍ଣୁ ପାଖରେ ବିନମ୍ରେ 
ଗୁହାରିଲେ ଯୋଡ଼ି କର,
ଆଶ୍ଵାସନା ଦେଲେ ବିଷ୍ଣୁ ଦେବ ପୁଣି
ଉପାୟ ଅଛି ତାହାର ।।
ଋଷି ଦଧିଚି ଙ୍କ ଅସ୍ଥିରେ ନିର୍ମିତ
ଅସ୍ତ୍ରରେ ହେବ ନିହତ,
ତପୋବଳେ ୠଷି ଜ୍ଞାତ ହେଲେ ସର୍ବ
ବୃତ୍ରର ମୃତ୍ୟୁ ଉଦନ୍ତ ।।
ଜଗତ ମଙ୍ଗଳେ ଦଧିଚି ମହର୍ଷି
ତେଜିଲେ ଆପଣା ପ୍ରାଣ,
ତାଙ୍କ ଅସ୍ଥି ଦ୍ଵାରା ବିଶ୍ଵକର୍ମା ନିଜେ
କରିଲେ ବଜ୍ର ନିର୍ମାଣ ।।
ଅମୋଘ ଅସ୍ତ୍ର ସେ "ବଜ୍ର" ନାମ ହେଲା
ଇନ୍ଦ୍ର ଧରିଲେ ତକ୍ଷଣ,
ଦେବତା ଅସୁର ମଧ୍ୟେ ଘନଘନ 
ଆରମ୍ଭ ହୋଇଲା ରଣ ।।
ବଜ୍ର ବଳେ ବୃତ୍ର ମୃତ୍ୟୁ ପ୍ରାପ୍ତ ହେଲା
ସର୍ବେ ହୋଇଲେ ଆଶ୍ବସ୍ତ,
ସେହି ଦିନ ଠାରୁ ଇନ୍ଦ୍ର ଙ୍କ ଆୟୁଧ
"ବଜ୍ର" ସେ ଅସ୍ଥି ନିର୍ମିତ ।।

ବନାନୀବାଳା ନାଏକ
ସୁନ୍ଦରଗଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍