STORYMIRROR

BANANIBALA NAIK

Others

4  

BANANIBALA NAIK

Others

ଗାନ୍ଧାରୀ

ଗାନ୍ଧାରୀ

2 mins
244


ଦ୍ଵାପର ଯୁଗରେ ଗାନ୍ଧାରୀ
ଏକ ଶ୍ରେଷ୍ଠ ଚରିତ୍ର,
ଗାନ୍ଧର ତନୟା ରୂପସୀ
ରୂପେ ମୋହେ ଜଗତ ।।
ଉଆଁସୀ କନ୍ୟା ସେ ଥିବାରୁ
ସାହାଡ଼ା ଗଛ ସାଥେ,
ବିବାହ ବନ୍ଧନେ ବନ୍ଧନ
ହେଲା ଶାସ୍ତ୍ରଜ୍ଞ ମତେ ।।
ପରବର୍ତ୍ତୀ କାଳେ ଗାନ୍ଧାରୀ
ଧୃତରାଷ୍ଟ୍ରଙ୍କୁ ବରି,
ହସ୍ତିନାପୁର ର ସାମ୍ରାଜ୍ଞୀ 
ହେଲେ ସେ ସୁକୁମାରୀ ।।
ଆଦର୍ଶ ଜନନୀ, ଜାୟା ସେ
କୃଷ୍ଣ ପାଦରେ ଲୟ,
କୁନ୍ତୀ ପୁତ୍ରେ ଦେଖି ମାତୃତ୍ଵ
ତାଙ୍କୁ କଲା ଅଥୟ ।।
ହର ପୂଜି ଭକ୍ତି ନିଷ୍ଠାରେ
ପାଇଥିଲା ସେ ବର,
ଜନନୀ ହୋଇବ ଗାନ୍ଧାରୀ
ତୁମେ ଶତପୁତ୍ର ର ।।
ଗର୍ଭବତୀ ହେଲେ ଗାନ୍ଧାରୀ
ସର୍ବେ ହର୍ଷିତ ମନ,
ଦୁଇ ବର୍ଷ ଯାଏ ଭୂମିଷ୍ଠ 
ହେଲେ ନାହିଁ ନନ୍ଦନ ।।
ବ୍ୟାସଦେବ କଲେ ଉପାୟ
ପେଣ୍ଡୁ ହେଲା ଜନମ,
ଶତଭାଗ କରି ପିଣ୍ଡୁଳା
ତାର ନେଲେ ଯତନ ।।
ଶତ ପିଣ୍ଡୁଳା ରୁ ଜନ୍ମିଲେ
ଦିନେ ଶତ କୁମର,
ଦୁଃଶୀଳା ନାମକ କୁମାରୀ
ଏକ ଥିଲେ ତାଙ୍କର ।।
ଦୁର୍ଯ୍ୟୋଧନ ଥିଲେ ସକଳ 
ମଧ୍ୟରେ ଜ୍ୟେଷ୍ଠ ଭ୍ରାତା,
କମଳା ଙ୍କ ପ୍ରିୟ ନନ୍ଦନ
କାନ୍ଧରେ ଅବସ୍ଥିତା ।।
ପାଦ ତଳେ ପଦ୍ମ ଫୁଟଇ 
ବୀର ମଧ୍ୟରେ ଶ୍ରେଷ୍ଠ, 
ଗର୍ବ ଅଭିମାନ କାରଣେ
ଥିଲେ ସେ ଅତି ଦୁଷ୍ଟ ।।
ଅହଙ୍କାର ଥିଲା ତଦୃପ
ନାମ ମାନଗୋବିନ୍ଦ,
ଅନ୍ୟାୟ ପଥରେ ପଥିକ
ତାର ଗୁଣଟି ମନ୍ଦ ।।
ପୁତ୍ର ସ୍ନେହ ଭୋଳେ ଗାନ୍ଧାରୀ
କେବେ ରୋଧନ୍ତି ନାହିଁ, 
ଧର୍ମ ସଙ୍କଟ ରେ ରହି ସେ
ମୌନ ଥାଆନ୍ତି ରହି ।।
ଧର୍ମ ଯୁଦ୍ଧ ଯେବେ ଆରମ୍ଭ
ଆଶୀର୍ବାଦ ଆଶାରେ,
ଗର୍ବ ବହି ମାନ ଗୋବିନ୍ଦ
ଗଲା ମାତା ପାଖରେ ।।
ଧର୍ମ ର ଜୟ ଟି ନିଶ୍ଚିତ
ଅଧର୍ମ ର ବିନାଶ,
ଏହି ଆଶୀର୍ବାଦ ଗାନ୍ଧାରୀ 
ପୁତ୍ରେ ଦେଲେ ଅବଶ୍ୟ ।।
ନିଜ ନୟନ ରେ ଦେଖିଲେ
କୁରୁ କୁଳ ର ଧ୍ଵଂସ,
ଆକାଂକ୍ଷା ପୂରଣ ନୋହିଲା
ମନରେ ଅବଶୋଷ ।।
ପୁଞ୍ଜିଭୂତ ଆଖି ତେଜରେ
ପୁତ୍ର ବଜ୍ର ସମାନ,
ହୋଇବ ଅବଶ୍ୟ ଯୁଦ୍ଧରେ
ହେବ ନାହିଁ ମରଣ ।।
ଏହା ଭାବି ପୁତ୍ରେ କହିଲେ
ନିର୍ବସ୍ତ୍ରେ ଆସିବାକୁ,
ଶ୍ରୀ କୃଷ୍ଣ ଜାଣିଲେ ମାତା ଙ୍କ
ମନର କପଟକୁ ।।
ଝିଙ୍ଗାସି କହିଲେ ମାଧବ
ଲଜ୍ଜା ନାହିଁ କି ଟିକେ,
ଉଲଗ୍ନ ଶରୀରେ କେମନ୍ତ
ଯାଉ ମାତା ନିକଟେ ।।
ଏହା ଶୁଣି ମାନ ଗୋବିନ୍ଦ
ଏକ କଦଳୀ ଦଳେ,
ଅଣ୍ଟା କୁ ଗୁଡେ଼ଇ ସଦର୍ପେ
ମାତା ସମୀପେ ଚଳେ ।।
ନୟନ ଖୋଲନ୍ତେ ଗାନ୍ଧାରୀ
ଦିବ୍ୟ ତେଜ ନୟନୁ,
ଲୌହ ସମ ଶକ୍ତ ହୋଇଲା
ମାନ ଗୋବିନ୍ଦ ତନୁ ।।
ଅଣ୍ଟା ଭାଗ ବାକି ରହିଲା
ବଜ୍ର ସମ ନୋହିଲା,
ଭୀମ ଗଦାଘାତେ ତାହାର
ଜାନୁ ହାଡ଼ ଭାଙ୍ଗିଲା ।।
ଶତ ପୁତ୍ର ନାଶ ହେବାରୁ
ମନ ମଧ୍ୟରେ କୋପ,
କୁରୁ କୁଳ ଧ୍ଵଂସ ହୋଇବ
ଦେଲେ ସେ ଅଭିଶାପ ।।

ବନାନୀ ବାଳା ନାଏକ
ସୁନ୍ଦରଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍