ଧୂମ ହୀନ ଦୀପାବଳି
ଧୂମ ହୀନ ଦୀପାବଳି


ଆଜିର ଆହ୍ଵାନ ଶୁଣ ।
ଧୂମ ହୀନ ଦୀପାବଳିକୁ ପାଳିବା
ନଫୁଟାଇ ଆମେ ବାଣ ॥
ଆଲୋକର ପର୍ବ ଦୀପାବଳି
ଆମେ ପାଳିବା ଉଲ୍ଲାସ ହୋଇ
ଜାଳିବା ଦୀପାଳି ଧାଡି ଧାଡି କରି
ଅନ୍ଧାର ଯିବ ଉଭେଇ
ସମୟର ଏ ଆହ୍ବାନ
ବାଣ ନଫୁଟାଇ ପାଳ ଦୀପାବଳି
ହେବନାହିଁ ପ୍ରଦୂଷଣ ॥
ବାୟୁ ପ୍ରଦୂଷଣ ଦେଲାଣି କଷଣ
ନବୁଝନ୍ତି କିଛି କେହି
ଦିଲ୍ଲୀ ଅଞ୍ଚଳରେ ପ୍ରଦୂଷଣ ମାତ୍ରା
ବଢୁଛି ଅଧିକ ହୋଇ
ଗୋରୁଙ୍କୁ ନଡା ନଦେଇ
ଖାଦ୍ୟକୁ ତାଙ୍କର ପୋଡିଲେ ବିଲରେ
କହିବାକୁ କେହି ନାହିଁ ॥
ରୋକ୍ ଲଗାଇଲେ ସର୍ବୋଚ୍ଚ କୋର୍ଟ
ନଡାପ
ୋଡି ଦନ୍ଦ କର
ବିଷାକ୍ତ ବାଣକୁ ନଫୁଟାଇବାକୁ
ଆଦେଶ ହେଲା ତାଙ୍କର
ମାନି ତାଙ୍କର ଆଦେଶ
ଜାଳିବା ଦୀପାଳି ପାଳିବା ଏ ପର୍ବ
ହେବନାହିଁ ସର୍ବନାଶ ॥
ପ୍ରକୃତିର କୋପ ସହିବାକୁ ହେବ
ଆନ ଉପାୟ ତ ନାହିଁ
ଆମ ପରିବେଶ ଆମର ସୁରକ୍ଷା
ବିଗାଡିବା କାହିଁପାଇଁ
ବାଣ ଫୁଟାଇବା ନାହିଁ
ଦୀପାବଳି ଜାଳି ଦୀପଦାନ କରି
ପରବ ପାଳିବା ଭାଇ ॥
ଭାଇଚାରାର ଏ ଆଲୋକ ପରବ
ଆମ ସାରା ଭାରତର
ଆନନ୍ଦେ ପାଳିବା ଦୀପାଳି ଜାଳିବା
ହଟିଯିବ ଅନ୍ଧକାର
ପିତରଙ୍କ ତୁଷ୍ଟି ପାଇଁ
ଦୀପଦାନ ପର୍ବ ହୁଅଇ ପାଳନ
ସଂସ୍କୃତି ଆମର ଏଇ ॥