କାହାରିକୁ ହିଂସା କରିବି ନାହିଁ
କାହାରିକୁ ହିଂସା କରିବି ନାହିଁ


ହିଂସା ଆଚରଣ ଖରାପ ଲକ୍ଷଣ
ଜୀବନଟା ରଣଭଣ
ତା'ର ପ୍ରତିଧ୍ବନି ଯଶ ମାନ ହାନି
ଲୁଟି ନେଇ ଯେତେ ଧନ
କରିପାରେ ହତାଶ
ମାନବ ଏକଥା ଯେବେ ଚେତୁଥାନ୍ତା
ନୋହୋଇ କେବେ ହାରାଶ
ରହିପାରନ୍ତା ଜୀବନେ ତୋଷ ।
କ୍ଷମା ଗୁଣ ବହି ଆନେ ଖୁସି ଦେଇ
ବୁଝନ୍ତା ଜୀବନ ଅର୍ଥ
ଆପଣାପଣର ଲହରୀର ମାଳ
ଛୁଟାଇବାକୁ ସମର୍ଥ
ହୋଇପାରନ୍ତା କେହି
ଝରଝର ହୋଇ ଯାଉଥାନ୍ତା ବହି
କେବଳ ସୁଖର ନଈ
ଶାନ୍ତିବୀଜ ବୁଣୁଥାନ୍ତା ମହୀ ।
ବୁଦ୍ଧଙ୍କର ବାଣୀ ମନେ ମନେ ଗୁଣି
ତୋଳି ଅହିଂସାର ଗୀତି
କାହାରିକୁ ହିଂସା ନକରିବା ଦିଶା
ଥାଆନ୍ତା ସର୍ବଦା ମତି
ଜଗତର ହିତରେ
ନଉକାକୁ ତା'ର ବାନ୍ଧି ପାରୁଥାନ୍ତା
ନିତି ଜୀବନ-ଘାଟରେ
ଅବଶୋଷ ନଥାନ୍ତା ମନରେ ।