ନମସ୍ତେ ଦେବ ଲମ୍ବୋଦର
ନମସ୍ତେ ଦେବ ଲମ୍ବୋଦର


ନମସ୍ତେ ଦେବ ଲମ୍ବୋଦର l
ପ୍ରୁଥୁଳ ଜଠର ସୁନ୍ଦର ll
ନମସ୍ତେ ଦେବ ଗଣପତି l
ଜନନୀ ତୁମ୍ଭର ପାର୍ବତୀ ll
ନମସ୍ତେ ପ୍ରଭୁ ଆଦି ଦେବ l
ପିତା ତୁମ୍ଭର ମହାଦେବ ll
ନମସ୍ତେ ପ୍ରଭୁ ବିଘ୍ନରାଜ l
ଦେବଙ୍କ ମଧ୍ୟେ ଅଗ୍ରପୂଜ୍ୟ ll
ନମସ୍ତେ ପ୍ରଭୁ ଗଜାନନ l
କ୍ଷୁଦ୍ର ନୟନ ଦୀର୍ଘ କର୍ଣ୍ଣ ll
ନମସ୍ତେ ନମସ୍ତେ ବିଘ୍ନେଶ l
ସକଳ ବିଘ୍ନ କରୁ ନାଶ ll
ନମସ୍ତେ ପ୍ରଭୁ ଏକଦନ୍ତ l
ନମସ୍ତେ ପାଶାଙ୍କୁଶ ହସ୍ତ ll
ନମସ୍ତେ ରିଦ୍ଧି ସିଦ୍ଧି କାନ୍ତ l
ଚନ୍ଦ୍ର ଭାଙ୍ଗ
ିଲେ ତୁମ୍ଭ ଦାନ୍ତ ll
ନମସ୍ତେ ଦେବ ମହାକାୟ l
ଅଜ୍ଞାନ ଜନଙ୍କୁ ସହାୟ ll
ନମସ୍ତେ ପ୍ରଭୁ ବିଦ୍ୟାପତି l
ମୋଦକ ତୁମ୍ଭ ପ୍ରିୟ ଅତି ll
ନମସ୍ତେ ପ୍ରଭୁ ବକ୍ର ତୁଣ୍ଡ l
ଶୁଣ୍ଢ ନାସିକା ଗଜମୁଣ୍ଡ ll
ନମସ୍ତେ ହେ ଗଣନାୟକ l
ବାହନ ତୁମ୍ଭର ମୂଷିକ ll
ନମସ୍ତେ ପ୍ରଭୁ ବିଦ୍ୟାଦାତା l
ନମଃ ସକଳ ଶାସ୍ତ୍ରଜ୍ଞାତା ll
ନମସ୍ତେ ନମସ୍ତେ ଗଣେଶ l
ନାଶ ମୋ ଅଜ୍ଞାନ କଳୁଷ ll
ନମସ୍ତେ ବିଦ୍ୟାର ବାରିଧି l
ମାଗୁଣି ଦିଅ ବିଦ୍ୟା ନିଧି ll