Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Abstract

4  

Sarojini Jena

Abstract

ଆକାଶ କଇଁଆ ଚିଲିକା ମାଛ

ଆକାଶ କଇଁଆ ଚିଲିକା ମାଛ

2 mins
364


ମା ' ରାଣ୍ଡି ଅଟେ ପୁଅ ଅନନ୍ତା

ଅଣ୍ଟାରେ ହାତ ତା'ର ବଡବଡିଆ କଥା ।


ସାହି ଗଳିରେ ନିତି ସଂଜେ ବୁଲୁଛି

ଇଲେକ୍ସନ ପାଇଁ କ୍ୟାମ୍ପେନ କରୁଛି ।


ସରପଞ୍ଚ ପାଇଁ ବଳୁଚି ମଥା

ଗଛରୁ କୋଳି ତୋଳିଲା ପରି କହୁଛି କଥା ।


ଏଥର ଭୋଟ ଆସିଗଲାଣି

ଟିକଟ ଟିକେ ତ ପାଇଗଲାଣି ।


ସାହି ମାଇପଙ୍କୁ କରିଛି ଭେଟ

ଭାତ ଡାଲମାଟେ କରିବ ଘାଣ୍ଟ ।


ଦେଉଅଛି ସେଠି ବଡ଼ ଭାଷଣ

ଘୁଞ୍ଚାଇବି ତୁମ ସବୁ କଷଣ ।


ସାହିକୁ କରିବି କଂକ୍ରିଟ ରାସ୍ତା

ସବୁ ଘରେ ରଖିବି ବଢିଆ ଆକ୍ୱାଗାର୍ଡ ପାଣି ବ୍ୟବସ୍ଥା ।


ଗ୍ୟାସ ଆସିବ ମାଗଣାରେ ଭରି

ଖୁସି ଭରିଦେବି ମନେ ସବୁରି ।


ଗାଁ ମାଇପେ ପୁଣି ସଭା କରନ୍ତି

ଅନନ୍ତା କଥାରେ ତାଳି ମାରନ୍ତି ।


ଗଳି ଗଳି ବୁଲି ହାତ ଯୋଡନ୍ତି

ଓଠ ଆଉଁସି ପିଠି ଥାପୁଡି ଦିଅନ୍ତି ।


ଏଥର ସରପଞ୍ଚ ନିଶ୍ଚେ ହୋଇଲେ

ଅନନ୍ତା ଦୁଃଖ ଦୂର କରିବ ଭଲେ ।


ଗାଁ ଈସୁକୁଲ ବହୁତ ଦୂର

ଛୋଟ ପିଲା ଯିବାକୁ ହୁଅନ୍ତି ହରବର ।


କନଭେଟ ଈସୁକୁଲ ପାଖେ ଖୋଲିବି

ବିଦେଶୁ ମାଷ୍ଟର ପୋଷ୍ଟିଙ୍ଗ ଦେବି ।


ପିଲାଏ କହିବେ ଠସ ଠାସ ଇଂରାଜୀ ଭାଷା

ବାପା ମା' ଦେଖି ଉଡ଼ିବ ହଂସା ।


ରାତି ଦିନ ସବୁ ଏକ କରି

ଅନନ୍ତା ଯାଉଛି କର୍ମେ ବାହାରି


ସତେକି ସବୁ ଓଲଟାଇବ

ରାତ୍ରି ନିଦ୍ରା ତେଜି ସକାଳ ହୋଇଲେ

ପୁଣି ଟିକେ ଶସ୍ତା ଭାଷଣ ଦେବ ।


କରିଛି ସେ କେତେ ମନକୁ ପାଞ୍ଚ

ଦେଇଅଛି କେତେ କାହାକୁ ଲାଞ୍ଚ ।


ଆସରା କରିଛି କହୁଛି ମିଛ

ଏତ ଆକାଶ କଇଁଆ ଚିଲିକା ମାଛ ।


ଭଗି ନାନୀ ଝିଅ ମିନା ବିବାହ

କହୁଛି କରିବ ଦେଇ ଯୌତୁକ ।


ମିନା ବୋଉ ପୁଣି ଆଶ୍ୱସ୍ତି ପାଇ

ସତେ ସରପଞ୍ଚ ହେଲେ ମୋ ପୁତୁରା

ଦୁଃଖ ସବୁ ଦେବ ଆମ ଘୁଞ୍ଚାଇ ।


ଝିଅ ମୋର ପୁଣି ସୁଖେ ରହିବ

ସତେ ମୋ ଅନନ୍ତା ପରି କିଏ ହୋଇବ ।


ଗାଁ ସରପଞ୍ଚ ଅନନ୍ତା ହୋଇଲେ

ଗାଁ ସୁଖ ଦୁଃଖ ବୁଝିବ ଭଲେ ।


କିଏ ନ ଜାଣିଛି ଅନନ୍ତା ଗୁଣ

ପଛେ କରୁଥାନ୍ତି ଟାହି ଟାପରା ପୁଣ ।


ତଥାପି ତା କଥାରେ ଟିକେ ମୁଣ୍ଡ ପୁରାନ୍ତି

ଆଗରେ ହସି ପଛେ ମୁହଁ ମୋଡନ୍ତି ।


ପଛରେ କହନ୍ତି ମାଆ ଧାନ କୁଟି ପୁଅ ନାଗର

ଭାଷଣ ମାରୁଛି ହୋଇ ଫରଫର ।


ଯା ଯା ତୋ କଥା ଲଥାକୁ କିଏ ଶୁଣୁଛି

ଏତ ଆକାଶ କଇଁଆ ଚିଲିକା ମାଛ ଲାଗୁଛି ।


Rate this content
Log in

Similar oriya poem from Abstract