STORYMIRROR

Kalandi pal

Abstract

4  

Kalandi pal

Abstract

କାହିଁ ହେଉ ରାଉ ରାଉ

କାହିଁ ହେଉ ରାଉ ରାଉ

1 min
303


କାହିଁକି ଏମିତି ହେଉ ହାଉ ହାଉ

    ସାହି ହେଉନି ତୋ ଦାଉ.

ମାଇପ କରିକି ଆଣିଥିଲି ତୋତେ

    ଦେଖଇ ମୋ ଆଗେ ଭାଉ l


ଯାହା ତ କହିଲୁ ତାହା ଆଣି ଦେଲି

    କରଜ ବଢୁ ମୋ ଯେତେ.

ବାପା ବୋଉ ସଙ୍ଗେ ଅପକିର୍ତ୍ତୀ ହୋଇ

     ସହରେ ରଖିଲି ତୋତେ l


ଯାହା ତ ଭେଇଁଲି ତୋର ହାତେ ଦେଲି

    ମାମଲତ କଲୁ ତୁହି.

ଆଜ୍ଞାଧୀନ ହୋଇ ରହିଲି ତୋ ପାଶେ

     କୁକୁରଠୁ ହୀନ ହୋଇ l


ତୋ ଭାଉ ଭଉଣୀ ଏ ଘର କୁଣିଆଁ

    ବାପା ବୋଉ ଘର ଲୋକ.

ମୋ ଘର କୁଣିଆଁ  ପାଦ ପକାନ୍ତିନି

    ଦେଖି ତୋର ଢଙ୍ଗ ବାଗ l


ଜୀବନରେ କେତେ ଆଶା ଥିଲା ମୋର

    କରିଥାନ୍ତି ପିତୃସେବା.

 ତୋର କୁଟ ବୁଦ୍ଧି ପୂରଛେଦ ଦେଲା

    ପୁଅ ପଣିଆରେ ଅବା l


ନିତି ବଜାରକୁ ଗଲୁ ମୋର ସାଥେ

    ବୁଲିବା ତୋର ଅଭ୍ୟାସ.

ଦିନେ ତୋତେ ମୁହିଁ କିଛି କହିନାହିଁ

    ତାହା ଥିଲା ମୋର ଦୋଷ l


ଶାନ୍ତିରେ ଜୀବନ କାଟିବା ପାଇଁକି

    ଘରେ ହୋଉଗଲି ଶତ୍ରୁ.

ତୋ ପାଖରେ ଟିକେ ଶାନ୍ତି ମିଳିଲାନି

    ମୁହିଁ ହେଲି ତୋର ଶତ୍ରୁ l


କି କରିଥିଲେ ତୁ ହୋଇଥାନ୍ତୁ ଶାନ୍ତି

    ମିଳିଥାନ୍ତା ଟିକେ ସୁଖ.

ତୋ ମନରେଶାନ୍ତି ପାଉଥାଉ ନିତି

    ପାଉଥିଲେ ମୁହିଁ ଦୁଃଖ l


ସଅକ ତୋହର ଫେସନରେ ସଦା

    ଫେସନରେ ମାଟି ଥାଉ.

ଭଲରେ ମନ୍ଦରେ ପଦିଏ କହିଲେ

    ହେଉଥାଉ ରାଉ ରାଉ l


ତୋ ଭଳି ମାଇପ ଯିଏ ପାଇଥିବ

   ଜୀବନଟା ତାର ଧନ୍ୟ.

ମାଇପ ପଣିଆ ସାକାର କଲୁ ତୁ

   ଧନ୍ୟ ହେଲା ମୋ ଜୀବନ l


Rate this content
Log in

Similar oriya poem from Abstract