STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ଗଙ୍ଗୋତ୍ରୀ

ଗଙ୍ଗୋତ୍ରୀ

1 min
315


ଚିନ୍ତନ ଚେତନାର ଭାବ ଶାଶ୍ବତ

ସ୍ବଚ୍ଛତା ଗଙ୍ଗାକୂଳେ କଲା ଚମତ୍କୃତ

ସତୀ ଶିରୋମଣି ମାଆ ସେ ପ୍ଲାବିତ

ସନାତନ ସତ୍ୟ ନ୍ୟାୟ ଧର୍ମ ପ୍ରତିଷ୍ଠିତ

ମାଆ ସ୍ରୋତସ୍ୱିନୀ ଧରାକୁ ଆଣି ଭଗିରଥ

ତ୍ରିବେଣୀ ଘାଟେ ଭାଗିରଥୀ, ପରିଚିତ

ସଂସ୍କୃତରେ ଶ୍ଲୋକ କହେ ଆଜନ୍ମସମ୍ଭୂତ

ଗଙ୍ଗା ପୁତ୍ର ଭୀଷ୍ମ ଶ୍ରେଷ୍ଠ ଆର୍ଯ୍ୟାବର୍ତ୍ତ

ରାମାୟଣ ଓ ମହାଭାରତରେ ଗଙ୍ଗା ତତ୍ତ୍ଵ

ମାଆ ପୁଜା ବିଧି ଆଜି ପରଂପରାଗତ

ହେ ଶ୍ରେଷ୍ଠା କି ବର୍ଣ୍ଣନ ତୋର ଆଦି ଅନ୍ତ

ଘେନ ମାଆ ପ୍ରଣାମ କରୁ ସୁତାସୁତ 

କଲ୍ଲୋଳିନୀ ପ୍ଲାବିନୀ ଭରା ଭାରେ ଅମୃତ

ତୋ ଆଳତୀ କେଡେ ମଧୁର ପବିତ୍ର

ତୁ ଏମିତି ବହୁଥା ମାତ ସଭିଏଁ ଆଶ୍ବସ୍ତ

ଆସୁ ଯେତେ ଝଡ ଖଞ୍ଜା ତୁ ଥିଲେ ଶକ୍ତ

ସେଥିପାଇଁ ନେଇ ଶିରେ ବସାନ୍ତି ଶାକ୍ତ

ଆହ୍ଲାଦିନୀ ପବିତ୍ରତା ତୋ ଅସ୍ତ୍ର ଓ ଶସ୍ତ୍ର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract