STORYMIRROR

Sarojini Jena

Inspirational

3  

Sarojini Jena

Inspirational

ଜନନୀ ଜନ୍ମଭୂମି

ଜନନୀ ଜନ୍ମଭୂମି

1 min
187


ଭାରତ ଜନନୀ ସନ୍ତାନ ମୁଁ

ଅନେକ ଗରବ ମୋର,

ଭାରତୀୟ ବୋଲି

ପରିଚୟ ଆଜି ବିଶ୍ୱ ଦରବାର.....


ଆକୁମାରୀ ହିମାଳୟ

ପର୍ବତ ଶୋହେ ଯା ଶିରେ,

ନାନା ଲତାବନ

 ଶୋଭୁଅଛି ତା' ଗଭାରେ.....


ବିଲ,ବଣ, ନଦୀ ଗାଉଛି ଆଜି

ଜୟ ମୋ ଭାରତମାତା,

ମଥାକୁ ନୁଁଆଇ ସଧିରେ ଗାଉଛି

ତାହାରି ବିଜୟ ଗାଥା.....


ଜନନୀ ମୋହର ପରାଧୀନ ଥିଲା

ଦାରୁଣ ଯନ୍ତ୍ରଣା ପାଇ,

ବୀର ଶହୀଦଙ୍କ ବଳିଦାନେ ଆଜି

ସ୍ୱାଧୀନ ଲଭିଛି ତହିଁ....


ସ୍ୱାଧୀନର ଅସ୍ତ୍ର ଧାରଣ ପାଇଁ କି

ଯେ ମନେ ଜଗାଇଲେ ଶକ୍ତି,

ଆଜି ଏ ଦିବସେ ଜଣାଏ ପ୍ରଣତି

ହୃଦୟେ ସାଉଁଟି ଭକ୍ତି.....


ଆମରି ପତାକା ତ୍ରିରଙ୍ଗା ଯେ

ଉଡୁଅଛି ଫରଫର,

ମୁଁ ଭାରତୀୟ ବୋଲି 

ଗରବେ ଛାତିଟା ଫାଟୁଛି ମୋର.....


ଦେଶ ଶକ୍ତିଶାଳୀ ସମ୍ମୁନ୍ନତ୍ତ ପାଇଁ

ସଭିଏଁ ଲଭି ପ୍ରେରଣା ,

ଆମ ସ୍ୱାଭିମାନ ଆମ ଗରବ

ସ୍ୱାଧୀନ ଆମ ପାଉଣା.....


ଜାତୀୟ ଉତ୍ସବେ ଜାତୀୟତା ମାନ

ରଖିବା ଗରବେ ତହିଁ,

ପତାକା ତଳେ ଆଜି ନେବାରେ ଶପଥ

ମଥାକୁ ଆମର ନଇଁ...... ll



Rate this content
Log in

Similar oriya poem from Inspirational