କରୋନା କୁ ବିଦାୟ ଦିଅ
କରୋନା କୁ ବିଦାୟ ଦିଅ
ନିଶଃଦ୍ଦରେ ଆଜି ଶୋଇଛି ସହର
ଶୁଭୁନାହିଁ କୋଳାହଳ
ବାଉନ ବଜାର ତେପନ ଗଳିରେ
ଖାଲି ଯାହା ଦିଶେ ବୁଲା ଗାଈଗୋରୁ
ଶଣ୍ଢ କୁକୁର ଙ୍କ ମେଳ ।
ଶୁଭୁନାହିଁ ଆଜି ମୋ ସହର ରାସ୍ତାରେ
ଗାଡି ମଟର ର କେଁ କଟର ଶଦ୍ଦ
ଖାଲି ଯାହା ଶୁଭେ ପୋଲିସ ବାବୁଙ୍କ
ହୁଇସିଲ୍ ଆଉ ଗାଡିର ସାଇରନ୍ ଶଦ୍ଦ ।
ମନେ ପଡେ ଆଜି ଆଈ ମାଆ କାହାଣୀ
ଶୋଇ ପଡ ଧନ ଆସୁଛି ଅନ୍ଧାର
ଭୈରବ ଆସିବ ମାଡି
ଡାକ ଦେବ ସିଏ କର୍କଷ ସ୍ୱରରେ
ପଡିଯିବ ତାଟି ବାଡି ।
ଦେଖ ବନ୍ଧୁଆଜି କରୋନା କବଳେ
ଏ ସାରା ବିଶ୍ୱ ଟା
ହେଉ ଅଛି କଲ ବଲ
ଚନ୍ଦ୍ର ପୃଷ୍ଠରେ ପାଦଥାପି ଆମେ
ଯୋଉ ଖୁସି ମନାଉଛେ
ସାମାନ୍ୟ ଭୂତାଣୁ ଆଗରେ ତାହାର
କିଛି ବି ନାହିଁ ତ ମୂଲ୍ୟ ??
ଡାକ୍ତର ପୋଲିସ ଈଶ୍ୱର ଆଜି
ଏ ସାରା ବ୍ରହ୍ମାଣ୍ଡ ପାଇଁ
ତାଙ୍କ ପରିଶ୍ରମ ଦେଖୁଛି ଜଗତ
ଯୋଦ୍ଧା ସେ ଆଜି
ଏ ବିଶ୍ୱ ମାନବ ପାଇଁ ।
ଯେଉଁଠି ପହଞ୍ଚି ପାରିବନି ରବି
ସେଠି ପହଞ୍ଚି ପାରିବ କବି
ହେ ମୋର କବି ବନ୍ଧୁ କଲମ ମୁନରେ
ସଚେତନତା ଭରି ଦେଖାଅ ତାହାର ଛବି ।
ଡରିବାର ବେଳ ନୁହେଁ ଏ ବନ୍ଧୁ
ଏଯେ ସଚେତନ ବେଳ
ଲେଖନୀ ମୁନରେ ଭରିଦିଅ ତୁମ
ସଚେତନ ତାର ବଳ ।
ହାତ ଧୁଅ ଆଉ ମୁଖକୁ ଘୋଡାଅ
ଦୂରେ ରହି କଥା ହୁଅ
ଯଥା ସମ୍ଭବ ଘରେ ରୁହ ବନ୍ଧୁ
କରୋନାକୁ ବିଦାୟ ଦିଅ ।
