STORYMIRROR

ସନାତନ ଦାସ

Inspirational

3  

ସନାତନ ଦାସ

Inspirational

ନାରୀ ସଶକ୍ତିକରଣ

ନାରୀ ସଶକ୍ତିକରଣ

1 min
396

ବଦଳୁଛି ଆଜି ଦୁନିଆ,

ନାରୀ ସଶକ୍ତିକରଣ ଆହ୍ୱାନରେ...

ନାରୀ - ଏକ ନୁହେଁ ସେ ଅଟେ ଅନେକ ,

ମାତା, ଭଗ୍ନୀ, ଜାୟା କେତେଯେ ରୂପରେ,

ପାଲଟିଛି ସ୍ନେହ, ମମତା ଆଉ ଭଲପାଇବା ର

ଅସରନ୍ତି ଉତ୍ସ...!


ଚାରିକାନ୍ଥ ଡେଇଁ ପୁରୁଷର ପାଦରେ 

ପାଦ ମିଶାଇ ଚାଲିବାର କରିଛି ସାହସ,

 ଅବଳା ନୁହେଁ ସେ ଦୂର୍ବଳା ନୁହେଁ,

ଦଶଭୁଜା ସେ ମା ଦୂର୍ଗାଙ୍କ ପରି..!

ସବୁ କାର୍ଯ୍ୟରେ ସେ ସିଦ୍ଧହସ୍ତl,

ରୋଷେଇଘରରୁ ସଂସଦ ଯାଏ,

ଗାଆଁ ରାସ୍ତାରୁ ମହାକାଶ ଯାଏ,

ଘର ଚାଳନରୁ ପ୍ରଶାସିକl ଯାଏ,

କଉଡ଼ି ଖେଳରୁ ଅଲମ୍ପିକ୍ ଯାଏ,


ସବୁ କ୍ଷେତ୍ରରେ ସେ ସଗର୍ବେ ବିଦ୍ୟମାନ....!


ନୂତନ ଆଶାର ଆଲୋକ ଦେଖାଇ

ବାଧା ବିଘ୍ନକୁ ପାଦରେ ଆଡେଇ,

ଆଗେଇ ଚାଲିଛି ସେ ସଶକ୍ତ ହୋଇ

ସଫଳତାର ହସ୍ତାକ୍ଷର ଦେଇ

ସମାଜର ହୀନ ମାନସିକତାକୁ

ସକାରାତ୍ମକ ଧାରାରେ ପୋଛିଦେଇ..!


ହେ ନାରୀ..!!

ଦେଶର ସ୍ଥିତିକୁ ସଶକ୍ତ ପାଇଁ,

ଆହୁରି ତୁମେ ଜାଗ୍ରତ ହୁଅ,

ଅହଲ୍ୟା ନ ହୋଇ ହୁଅ ଲକ୍ଷ୍ମିବାଈ

ପଥରର ଛାତି ଚିରି...!!!


ହୁଅ ସଶକ୍ତ, ହୁଅ ଏକତ୍ରିତ 

ବଦଳାଇ ଦିଅ ଭ୍ରମ ଚିନ୍ତାଧାରା

କଳୁଷିତ ସମାଜର ପରିଚୟ

ନାରୀ ସଶକ୍ତିକରଣର ମଶାଲ ହୋଇ

ଆଲୋକିତ କରି ଏ ଧରା ପୃଷ୍ଠକୁ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational