STORYMIRROR

ସନାତନ ଦାସ

Tragedy

3  

ସନାତନ ଦାସ

Tragedy

ଷ୍ଟ୍ରୀଟ୍ ଲାଇଟ୍

ଷ୍ଟ୍ରୀଟ୍ ଲାଇଟ୍

1 min
190


ଜଗୁଆଳି ସାଜି ଅନବରତ ଠିଆ କିଆଁ ହୋଇଅଛ, 

ରାସ୍ତା କଡ଼ରେ ମୁଠୁଣେ ମାଟିରେ ପାଦ ଥାପି ଦେଇଅଛ!!


ଘର ନାହିଁ ଅବା ସାଙ୍ଗିଆ ନାହିଁ 

ଅଛିକି ଜାତିଗତ ପତ୍ର,

ଯୁଆଡ଼େ ଚାହିଁଲେ ସିଆଡେ ଦିଶୁଛ

ତୁମେ ଅତ୍ର ତତ୍ର ସର୍ବତ୍ର!!


ମୁକୁଳା ଦେହରେ ବରଷା ର ଛିଟା

 କେତେ ଦିନ ଆଉ ସହିବ,

ନିଦାଘ ଆକ୍ରୋଶେ କେତେଦିନ ତିଳ ତିଳ ହୋଇ ଜଳିବ!!


ଜାଣିଛି ତୁମେ ନିଜ କର୍ତ୍ତବ୍ୟରେ 

କରିବନି କେବେ ହେଳା,

କାମ ନଥିଲେ ବି ଚୁପ୍ ଚାପ୍ ନୀତି

ଠିଆ ତୁମେ ଦିନ ବେଳା!!


ଜୀବନ ନାଟକ ତୁମ ଛାୟା ତଳେ

 କ୍ଷଣ କ୍ଷଣ ହୋଇ ବିତୁଛି,

ସେକେଣ୍ଡ ମିନିଟ୍ ମିନିଟ୍ ରୁ ଘଣ୍ଟା

ବର୍ଷ ବର୍ଷ ଗଡି ଚାଲିଛି!!


କେତେ ଯେ ଅପେରା ଦେଖି ସାରିଲଣି ରାତିର ରଙ୍ଗମଞ୍ଚରେ,

ସବୁ ବଦଳିଛି ତୁମେ ବଦଳିନ

ଗଢା ତୁମେ କେଉଁ ଛାଞ୍ଚରେ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy