ପ୍ରେମ ପୁଲକ
ପ୍ରେମ ପୁଲକ
ତୁ ଯେବେ ନଈର ମୁଗୁନି ପଥରେ,
ଘଷୁଥିଲୁ ତୋ ଅଳତା ଲଗା ପାଦକୁ ,
ରୁମ୍ ଝୁମ୍ ପାଉଁଜି ର ଝଙ୍କାର ରେ
ତରଙ୍ଗାୟିତ ହେଉଥିଲା ତଟିନୀ ର ଧାବମାନ ସ୍ୱଚ୍ଛ ଜଳ ରାଶି।
ବସନ୍ତର ମୃଦୁ ମଳୟେ ଶିହରୀ ଉଠୁଥିଲୁ,
ହସ୍ତ ଯୁଗଳ ଯେବେ ସ୍ପର୍ଶ କରୁଥିଲା ସୁନ୍ଦର ମୁଖ ମଣ୍ଡଳକୁ ।
ତୋର ସେ ହଳଦୀ ମଖା ତନୁ,
ସୁନା ପରି ଝଲସୁଥିଲା ବାଳୁତ ରବିର ତିର୍ଯ୍ୟକ୍ କିରଣରେ
ଦେବୀ ପ୍ରତିମା ପରି ଲାଗୁଥିଲୁ
କେଉଁ ଏକ ବିନ୍ଧାଣି ବିଶ୍ଵକର୍ମାର
ଯାଦୁକରୀ ନିହାଣ ର କାରୁକାର୍ଯ୍ୟ ପରି ।
ତୋର ସଦ୍ୟ ସିକ୍ତ ଘନ କଳା କବରୀରୁ ଟପ୍ ଟପ୍ ପତିତ ହେଉଥିଲା,
ହୀରକ ସଦୃଶ ଜଳ ବିନ୍ଦୁ ସମୂହ
ଧନ୍ୟ ହେଇଥିଲା ମୋ ଗାଆଁ ର
କଳ କଳ ନାଦରେ ଗତିଶୀଳ ଲାସ୍ୟମୟୀ ନଈଟି ।
ଇର୍ଷାରେ ଜଳୁଥିଲା ତାର ସୁଶୀତଳ ଜଳଧାରା
ତଥାପି ଥିଲା ସେ ଇର୍ଷାରେ ସ୍ୱର୍ଗୀୟ ଖୁସି,
ଯାହା ମିଳିଥାଏ ପ୍ରେମ ଋତୁର ପ୍ରେମରେ ପ୍ରେମରେ ।