STORYMIRROR

ସନାତନ ଦାସ

Tragedy

4  

ସନାତନ ଦାସ

Tragedy

ବର୍ଷା ଆଉ ନୀରବତା

ବର୍ଷା ଆଉ ନୀରବତା

1 min
259

ଆକାଶକୁ ସବୁ ଦୁଃଖ କହିଦେଲା ପରେ,

ବ୍ୟଥା ସବୁ ମିଳେଇ ଯାଉଥିଲା ଥର୍ମୋସ୍ଫିୟର ରେ ଧୂଳିକଣା ହୋଇ,


ଓଜନିଆ ମନ ଟା ପବନ ପରି ଟିକେ ଟିକେ ହାଲକା ଲାଗୁଥିଲା,


ଦୀର୍ଘ ଶ୍ଵାସ ଛାଡ଼ି ଗନ୍ତବ୍ୟ ସ୍ଥଳ ଦିଗେ

ଅଗ୍ରସର ହେଲି ଜୀବନ ଜୀବିକାର ଡାକରାରେ...!!


ମର୍ମଭେଦୀ ବେଦନା ସବୁ ଭାରାକ୍ରାନ୍ତ କରିଦେଇ ଥିଲା ସେଇ ନୀଳ ଆକାଶକୁ,


ଧୀରେ ଧୀରେ ଦୁଃଖର କଳା ବାଦଲ ଛାଇ ହୋଇଯାଇଥିଲା ତା ସ୍ୱଚ୍ଛ ବକ୍ଷରେ,


ନୀଳ ବର୍ଣ୍ଣ ର ସେଇ ସୁନ୍ଦର ଆକାଶ ଟି

ମୋ ବଖାଣି ଥିବା ଦୁଃଖରେ ରଙ୍ଗ ବଦଳେଇ ସାରିଥିଲା...


ଅପେକ୍ଷା ଥିଲା କେବଳ ବୁକୁ ଫଟା କରୁଣ କ୍ରନ୍ଦନକୁ,


ଲୋତକ ସବୁ ଅମାନିଆ ହୋଇ ଉଛାସ ର ଲହଡ଼ି ଭାଙ୍ଗି ଭୂପତିତ ହେବାକୁ ଚେଷ୍ଟିତ ଥିଲେ ଅନବରତ...!!

ହଠାତ୍ ଚମକ୍ ଖେଳାଇ ସାନ୍ତ୍ଵନାର ଉଷୁମ ଛୁଆଁ ଦେଲା ପ୍ରେମିକା ବିଜୁଳି,


ଆଉ ତା ପରେ....


ହଁ... ତାପରେ ମୁଁ ଥିଲି ନୀରବ ଆଉ ନିଶ୍ଚଳ..

କିନ୍ତୁ,.ମେଘ ବୁନ୍ଦା ସବୁ ଅଗ୍ରସର ହେଲେ କ୍ଷୀପ୍ର ଗତିରେ,

ଲଂଘି ସୀମା ସରହଦ,

ବରଷି ଚାଲିଥିଲା ଆକାଶ ସାରା ରାତି, 

 ମୋ ହୃଦୟକୁ ଦେବା ପାଇଁ ଶୀତଳ ପରଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy