ଜରାଶ୍ରମ
ଜରାଶ୍ରମ
ଘୋଟି ଆସୁଅଛି ବିଶ୍ୱକୁ
ଏବେ ମହା ପ୍ରଳୟ
ଆମ ମୂଲ୍ୟବୋଧ ଗୁଣର
ହୁଏ ତ୍ୱରିତ କ୍ଷୟ ।
ପିତୃ କେନ୍ଦ୍ର ପାରିବାରିକ
ସ୍ଥିତି ହୁଏ ବିପନ୍ନ
ଶୈଶବ ବାର୍ଦ୍ଧକ୍ୟ ନାରୀତ୍ୱ
ଛବି ଜୀର୍ଣ୍ଣ ମଳିନ ।
କୀଟଦ୍ର°ଷ୍ଟ ଯୁବା ଯୈ।ବନ
ଶିକ୍ଷା ବିପଥଗାମୀ
ଉତ୍କଟବେକାରୀ ସମସ୍ୟା
ନିଏ ନର୍କକୁ ଟାଣି ।
ବୃତ୍ତି ଆଜିବୀକା କୈ।ଳିକ
ପେଷା ଆମ ବେଉସା
ଉଜୁଡି ଗଲାଣି ସର୍ବସ୍ୱ
ଘାରେ ଚାକିରୀ ନିଶା ।
ବିନା ପରିଶ୍ରମ ସହଜେ
ଅର୍ଥ ଉପାର୍ଜନରେ
ଲାଳାୟିତ ସ୍ୱାର୍ଥସର୍ବସ୍ୱ
ମାତେ ହୀନ କର୍ମରେ ।
ତୃପ୍ତ ହୁଏ ନାହିଁ କୁଟୀଳ
ନୀଚ୍ଚ ଲୋଭ ଲାଳସା
ଟଙ୍କା ସୁନା ଧନସମ୍ପତ୍ତି
ବଢେ ଆକା°କ୍ଷା ତୃଷ୍ଣା ।
ଭୂମି କୃଷି ସେବା ସ°ସ୍ଥାନ
ସୀମା କ୍ରମିକ ହ୍ରାସ
ଦୃତ ଜନସ°ଖ୍ୟା ବିସ୍ଫୋଟେ
ବଢେ ମନରେ ତ୍ରାସ ।
ବୃଦ୍ଧି କରୁଥାଇ ପ୍ରବିଧି
ଯନ୍ତ୍ର କଳ କୈ।ଶଳ
ମାତ୍ର ଅବକ୍ଷୟ ହୁଅଇ
ପିଣ୍ଡ ମୂଳ ଦୁର୍ବଳ ।
ଦୁର୍ବିସହ ହୁଏ ଜୀବନ
ମାତାପିତା ନିରାଶ
ଖୋଜେ ଅସହାୟ ବାର୍ଦ୍ଧକ୍ୟ
ରାହା ଜରାନିବାସ ।
ଅତି ଆଧୁନିକ ସଭ୍ୟତା
ମୁର୍ଖ ପାଷାଣ୍ଡ ମତି
ଭ୍ରମେ ଭୋଗସୁଖ ଆବୋରି
ଭୁଲିଯାଏ ସ°ସ୍କୃତି ।
ସାମାଜିକ ମୂଳ ସ°ସ୍ଥିତି
ପରିବାର ସୈ।ଜନ୍ୟ
ଗଢେ ନାଗରିକ ଉତ୍ତମ
ହିତ ଲକ୍ଷ୍ୟ ସାଧନ ।
ଶିକ୍ଷା ଦିଏ ଦିବ୍ୟ ସୁଗୁଣ
ସ୍ନେହ ପ୍ରେମ ମମତା
ଦୃଢ଼ କରେ ଭାବ ସ°ପ୍ରୀତି
ମୈତ୍ରୀ ଜାତି ବନ୍ଧୁତା ।
ଅବିମୃଶ୍ୟ ମୁଢ଼ ମାନବ
ଆହ୍ୱ।ନଇ ବିନାଶ
ନିଜେ ହିଁ ନିଜର ସ୍ଥିତିକୁ
କରେ ସମୂଳେ ଧ୍ୱଂସ ।
ହେଉ ସୁକର୍ତ୍ତବ୍ୟ ବାଧ୍ୟତା
ମାତାପିତାଙ୍କ ସେବା
ନ ମଣନ୍ତୁ ବୃଦ୍ଧ ଅନାଥ
ଅସହାୟ ଅଲୋଡା ।
ଜରାଶ୍ରମ ଦୀର୍ଘ ନିଶ୍ୱାସ
ଅଗ୍ନି ବାଡବାନଳ
ନ ଦାହୁ ସୁନ୍ଦର ସ°ସାର
ବାନ୍ଧ ବନ୍ଧ ସୁଜନ ।