STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ଅର୍ଥ ଖୋଜେ ସ୍ଵାର୍ଥ ଖୋଜେ

ଅର୍ଥ ଖୋଜେ ସ୍ଵାର୍ଥ ଖୋଜେ

1 min
188

 ଅର୍ଥ ଖୋଜେ ସ୍ଵାର୍ଥ ଖୋଜେ

  ଆଜି ଆମ ଏ ମଣିଷ ଜାତି

 କ୍ଷମତା ପାଇଁ ଲଢେଇ ଖାଲି

 କ୍ଷମତା ପାଇଁ ଏ ମଣିଷ

  କେବେ ଉଠାଏ ଖଣ୍ଡା ପୁଣି

  କେବେ ଉଠାଏ

  ମଣିଷ ପରି ମଣିଷ ହୋଇ

  ବଞ୍ଚିବାକୁ ଚାହେଁନା

  ଆଜି ଏ ମଣିଷ ଜାତି ।


  ଚାହେଁନା ନ୍ୟାୟ ଚାହେଁନା ସତ୍ୟ

  ହେବାକୁ ଚାହେଁ ଅନ୍ୟର ଭୃତ୍ୟ

 ଲୋଡା ନାହିଁ ତା'ର ସ୍ଵାଧୀନତା

  ଲୋଡଇ ସେ ହେବାକୁ କୁତା

  ନାହିଁ ତା ଠାରେ ସଚ୍ଚା ଦେଶ ଭକ୍ତି

  ଲୋଡୁନି ଆଜି ଏ ମଣିଷ ଶାନ୍ତି ମୈତ୍ରୀ

  ଅର୍ଥ ଖୋଜେ ସ୍ଵାର୍ଥ ଖୋଜେ

  ଆଜି ଏ ମଣିଷ ଜାତି ।


  ମା' ଭଉଣୀଏ ନ ପାଆନ୍ତି ସମ୍ମାନ

  ହତ୍ୟା କରନ୍ତି କନ୍ୟା ଭୃଣ

  ପରିବାର ପରିବେଶ ଏବେ

  ହରାଇ ବସୁଛି ତାଙ୍କ ସନ୍ତୁଳନ

  ପରିବାର ପରିଜନଙ୍କ ମଧ୍ୟେ

  ନାହିଁ ଆଗ ଭଳି ଆଉ ସେ ଭାବ ପ୍ରୀତି

  ହିଂସା ମାର୍ଗେ ମଣିଷ ଚାଲେ

  ମରଣକୁ ନାହିଁ ଭୟ କି ଭୀତି

  ଭାଇଚାରାର ହୋଇଛି ମୃତ୍ୟୁ

  ସ୍ନେହ ମମତାକୁ କରିଛି ଇତି

  ଖାଲି ଅର୍ଥ ଖୋଜେ ସ୍ଵାର୍ଥ ଖୋଜେ

   ଆଜି ଏ ମଣିଷ ଜାତି ।


  ବନ୍ଧୁବାନ୍ଧବ ପୁଣ୍ୟ ପରବ

  ସବୁକୁ କଲାଣି ନାସ୍ତି

 ଗାଁ ସହରେ ସବୁଠି

 ମୁଣ୍ଡ ଟେକିଛି ପାଶ୍ଚାତ୍ୟ ସଂସ୍କୃତି

  ସଭ୍ୟ ଶିକ୍ଷିତ ସଭ୍ୟତା ନାମେ

  ଆମ ସମାଜର ହୁଏ ଅଧୋଗତି

 ସେନେହ ଶରଧା ସବୁ ଗଲାଣି

  ଗାଁ ପରମ୍ପରା ସବୁ ମଲାଣି

  ଆଧୁନିକତା ନାମେ

  ଆପଣେଇଛେ ଆମେ

    ନାନା ଅପସଂସ୍କୃତି

  ପୁଞ୍ଜିର ଲଗାଣ ଚାଲିଛି ଖାଲି

  ଆମ ମଧ୍ୟେ ଚାଲିଛି ପ୍ରତିଯୋଗିତା

  କେବଳ ହେବାକୁ ଆମେ ପୁଞ୍ଜିପତି

 ସେ ପାଇଁ ଖାଲି 

  ଅର୍ଥ ଖୋଜେ ସ୍ଵାର୍ଥ ଖୋଜେ

   ଆଜି ଏ ମଣିଷ ଜାତି ।


   ଅଣ୍ଟେନା ଦିନ କି ରାତି

  ଅର୍ଥ ରୋଜଗାରେ ଯାଏ ସେ ମାତି

  ରାତିଏ ଗଲେ ଆଣିବ ହାତୀ

  କେମିତି ହେଉ କାଟିବ ତଣ୍ଟି

  ନାହିଁ ତା ଆଦର୍ଶ ନାହିଁ ତା ନୀତି

  ନ୍ୟାୟ ଅନ୍ୟାୟକୁ ନାହିଁ ତା ଭୀତି

 ଲାଞ୍ଚ ମିଛ ଉତ୍କୋଚରେ ରହେ ତା ମତି

  ନାହିଁ ଶୃଙ୍ଖଳା ନ ପାଏ ଶାନ୍ତି

  ଅବିଶ୍ୱାସରେ ଥରେ ତା ଛାତି

  ତଥାପି ଅର୍ଥ ଖୋଜେ ସ୍ଵାର୍ଥ ଖୋଜେ

  ଆଜି ଏ ମଣିଷ ଜାତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy