STORYMIRROR

Kalpana Satpathy

Tragedy Classics Inspirational

3  

Kalpana Satpathy

Tragedy Classics Inspirational

ନୀରବ ନିଶାନ୍ତ

ନୀରବ ନିଶାନ୍ତ

1 min
158

ସମୁଦ୍ରର ବେଳାଭୂମି ପରେ ବୁଲୁ ବୁଲୁ

ବିଗଳିତ ସ୍ଵର ଶୁଣାଯାଏ,ଆଜି ବି ବିଲୁପ୍ତ ପ୍ରାୟ

ସ୍ତର ଦେଇ ଗତି କରୁଛି ସମୟ

ଆଖି ପାଉନଥିବା ସମୁଦ୍ର ର ଧାର ପରି

ଆଶାର କିରଣ ବି ଅଛି ଦୂରେ ବହୁ ଦୂରେ

ସ୍ବପ୍ନାତିତ ହୋଇ ବିଭତ୍ସ ଭାବରେ।

ଅବର୍ଣ୍ଣନୀୟ ଅଭାବନୀୟ ପରିସ୍ଥିତି ରେ

ଚାଲିଛି ଏ ସଂସାର ର ଚାଦର ତଳେ

ଅନ୍ୟାୟ, ଅତ୍ୟାଚାର,ଅଧର୍ମ,ଶୋଷଣ

ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ପ୍ରତିକ୍ଷଣରେ

ଭୁଲ୍ ଆଉ ଭୁଲ ର ସୀମା ଉଲଂଘନ କରି

ହସୁଥିବା ସ୍ଥାନ ଆଜି ଭଗ୍ନାବଶେଷ ର ଦ୍ଵାରରେ।

ଆଶାର କିରଣ କେତେ ଦୂରରେ

ବିଚାର କରିବାକୁ ସମୟ ନାହିଁ କାହାର

ଅଣନିଃଶ୍ବାସୀ ମଣିଷ ଅବିରତ ଧାଉଁଛି

ପର୍ବତ ଶିଖରର ଉଚ୍ଚ ଶିଖରରେ

ଏଠି ଚାଲିଛି ଅବିରତ ଭାବରେ

କୁହେଳିକା ଭରା କୁହୁଡି ପହଁରା

ଅତି ବର୍ବରତାର ଘେରରେ।

ଅମାନୁଷିକ ଭାବରେ ହତ୍ୟା ରହସ୍ୟକୁ

ଗୋପନ ଭାବରେ ରଖିଦେଇ

ସୁନା ଘର ଚୁନା କରିବାର ସାମର୍ଥ୍ୟ

ଜୁଟାଇ, ଆଶାର ଅରୁଣିମା ଢାଳି

ମନକୁ ଭିଜାଇ ଦେଉଛି ବିଷର୍ଣ୍ଣତାର ଝଡରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy