ନାରୀର ଦୁଃଖ
ନାରୀର ଦୁଃଖ
ବହୁ ଭାରତୀୟ ନାରୀ, ନିଜର
ସ୍ୱପ୍ରତିଭାରେ,
ଗରୀୟସୀ ହୋଇପାରିଥାନ୍ତେ
ବିଭିନ୍ନ କ୍ଷେତ୍ରରେ |୧|
ବିଶିଷ୍ଟ ଲେଖିକା ଅବା ସାହିତ୍ୟିକା
ଏଇ ଦେଶରେ
ହୋଇ ପାରି ଥାଆନ୍ତେ ଅନ୍ୟ ସମସ୍ତ
କ୍ଷେତ୍ରରେ |୨|
ହୋଇ ପାରୁ ନାହାଁନ୍ତି, ପୁରୁଷକୈନ୍ଦ୍ରିକ
ଭାବନାରେ
କେଉଁ ମଣିଷ ଉତ୍ତର ଦେବ କୁହ ?
ସମାଜ ଭିତରେ |୩|
ନିଶ୍ଚିତ ଆମେ ପରିଚାଳିତ ହୁଏନି
କି ତା ପ୍ରଭାବରେ ?
ନୀତି ଗୁଡିକ ଆଜି ବି ନାରୀକୁ ବାନ୍ଧି
ରଖିଛି ବନ୍ଧନରେ |୪|
ସେ ନୀତି ସବୁ, ଦେଇ ଦେଲେ ନାରୀ
ହୋଇଲେ ତ ପାରି,
ବିନା ଆଶ୍ରେ ନବର୍ତ୍ତନ୍ତି ବନିତା, ସେ ଲତା,
କବିତାଟିଏ ପରି |୫|
ଝିଅ ଆମ ଜନମିଲା, ଆସିଲା ସେ ତ
ଆମ ଘରକୁ,
ଆମ ଘରେ ସ
େ କିଛି ଦିନ କୁଣିଆ,
ଯିବ ପର ଘରକୁ |୬|
ଝିଅଟିଏ ପାଠରେ କ୍ଲାସରେ ପ୍ରଥମ
ହେଉ ଥିଲେ ବି,
କମ ବୟସରେ ତାହାର ଶିକ୍ଷାରେ
ପୂର୍ଣ୍ଣଛ୍ଛେଦ ପକାଏ ବି |୭|
ହୋଇଲେ ତ ପାରି, ଚିନ୍ତାରୁ ଦେଇ
ବିବାହ କମ ବୟସରୁ
ଭୃକ୍ଷେପ ନଥାଏ, ସେ, କାନ୍ଦୁ, ଉପାସ
ରହୁ, ରାଗ ରୁଷାରୁ |୮|
ପକ୍ଷ ଗଜୁରିବା ଆଗରୁ ଡେଣା କାଟି
ଦିଆ ହୁଏ ତାର
ବିକାଶ କରି ପାରିଲା ନାହିଁ, ଦୁଃଖ
ରହେ ତ ତାହାର |୯|
ବିରାଟ ତ୍ରିତଳ ପ୍ରାସାଦରେ ସେ, ରହି
ଥାଇ ପାରେ
ମନ ଊଦାସ ରହେ, ଯେଣୁ ବିକାଶ
ହେଲାନି ନିଜ ପ୍ରତିଭାରେ |୧୧|
କଅଣ ନା ଝିଅ ପିଲାଟା, ବେଶୀ ପଢି
କରିବ କଣ, କଥା ?
କିନ୍ତୁ କିଏ ଶୁଣିବ ତାର ସେଇ ଭଂଗା
ହୃଦୟର ବ୍ଯଥା ? |୧୨|