STORYMIRROR

DEEPALI JENA

Tragedy

3  

DEEPALI JENA

Tragedy

ଅତୀତ

ଅତୀତ

1 min
168

ଚାଲ୍ ପୁଣି ଫେରିଯିବା ସେ ଅତୀତକୁ 

ମନେଇ ନବା ସବୁ ଭୁଲ୍ ବୁଝାମଣା କୁ

ଦୁଃଖ କୁ ଖତେଇ ହେଇ ଓଠରେ ମେଞ୍ଚେ ହସ ରଖିଥିବା 

ଗୋଟେ କପ୍ ଚା କୁ ବାନ୍ଟିଲା ବେଳେ 

ପୁଣି ମାର୍ପିଟ୍ ଲାଗୁଥିବା , 

ସନ୍ଧ୍ୟାର ଛାଇ ଆଲୁଅରେ ତୁ ମୋ 

ଅପେକ୍ଷାରେ ଥିବୁ 

ଟିକେ ସୁନ୍ଦରୀ ହେଇ ଗଲେ ବାଟସାରା ଚିଡଉଥିବୁ,


କାହିଁକି ମୁଁ ଟିକିଲି ନ ଲଗାଏ ବୋଲି 

ହଜାରେ ପ୍ରଶ୍ନ କଲାବେଳେ, 

କେବେ ତୁ ମତେ ସିନ୍ଦୂର ଦବୁ, ମୁଁ 

ସେହି ଉତ୍ତର ଅପେକ୍ଷାରେ ,ବାଟ ଚାଲୁଥିବା 


ମନେ ଅଛି ତୋର ଆମେ ଦୁହେଁ ମିଶି 

ଗଢିଥିଲେ ଆମ ସୁନେଲି ସ୍ବପ୍ନ 

ହସମାଡେ ପୁଣି ଆମେ ନା ଦେଇଥିଲେ 

ଆମ ପୁଅଝିଅ, ନାତିନାତୁଣୀଙ୍କ ର,

ଏବଂ ଆଙ୍କିଥିଲେ ଆମ ଶେଷ ଜୀବନର ଛବି 


ହେଲେ ଆଜି ତୁ ନାହୁଁ ମୁଁ ନାହିଁ 

ଅଛି ସେଇ ଅଭୁଲା ସ୍ମୃତି

ଯାହାକୁ ତୁ ମୋଠୁ କେବେ ଛଡେଇ ନବୁନି,

ହଁ ଯଦି ଛଡେଇ ନବାକୁ ଆସୁ 

ସେଇ ସୁଯୋଗରେ ତତେ ଥରେ ଦେଖି ତ ପାରିବି 

ଆଉଥରେ ଅନୁରୋଧ କରିନେବି

ଫେରିଯିବା ପାଇଁ ସେ ଅତୀତକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy