STORYMIRROR

DEEPALI JENA

Romance

3  

DEEPALI JENA

Romance

ନୀରବ ଶବ୍ଦ

ନୀରବ ଶବ୍ଦ

1 min
209

ଶବ୍ଦ ମୋର ସବୁ ବେଘର

ଯେଉଁଦିନୁ ତୁମ ଡାଏରୀରୁ ଅଲୋଡା ହେଲାଣି

ମୁକ ପାଲଟିଚି ସେ

କୋଇଲିର କୁହୁତାନ ଆଉ ଶୁଭୁନି

 ହରିଣ ଭଳି ଆଉ ସେ ଚନ୍ଚଳତା ନାହିଁ 

ତୁମେ କେବେ ଓଲ୍ହେଇ ଆସନ୍ତନି 

ମୋ ରଫ୍ ଫର୍ଦର ଚାଳିଆ ଉପରେ

ତୁମକୁ ଭାବୁ ଭାବୁ 

ଏ ଜୀବନ ଗୋଟିକ ନିଅଣ୍ଟ ପଡନ୍ତା 

ମୁଁ ପୁଣି ହଜିଯାନ୍ତି 

ତୁମ ଆଖିର କଳା ବାଦଲ ଭିତରେ

ଖୋଜି ନିଅନ୍ତି ସେ ଚହଲା ପାଣିରେ

ତୁମ କାମିଜିର ସେ ଝାଳୁଆ ଗନ୍ଧରେ 

ମୋର ସବୁ ଶୋଷ ଲୋଟି ଯାନ୍ତା 

ପୁଣି ମୁଁ ନିଜକୁ ଖୋଜି ପାଆନ୍ତି

ତୁମ ଆଖିର ଲୁହରେ ମୋ କାନି ଭିଜିଲା ବେଳେ

ଆମେ ଦୁହେଁ ଫେରନ୍ତେ ସେ ଶବ୍ଦର ଆକାଶକୁ

ରଚିବା ପାଇଁ ଏକ ମହାକାବ୍ୟ 

ତାରା ଖୋଜି ଜନ୍ହ ଖୋଜି

ଖୋଜନ୍ତେ ଏକ ଜୀବନ ରହସ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance