STORYMIRROR

Pratima Satpathy

Tragedy

3  

Pratima Satpathy

Tragedy

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
165


ମଇ ପହିଲାରେ ଶ୍ରମିକ ଦିବସ

     ପାଳୁଅଛି ଆଜି ବିଶ୍ୱ

ଶ୍ରମିକର ମୂଲ୍ୟ କିଏ ଦେବ ଭାଇ

    ଶ୍ରମ କରି ସିଏ ନିଶ୍ଵ.

ତାହାରି ପାଇଁକି କୋଠାଘର, କରି

    ଶାନ୍ତିରେ ରହିଛେ ଆମେ

ମନ୍ଦିର, ମସଜିଦ, ଗୀର୍ଜା, ଅଟ୍ଟାଳିକା

    ସବୁ ଯେ ତାହାରି ଶ୍ରମେ.

ପେଟ ପାଇଁ ସିଏ ଦୂର ବିଦେଶରେ

    ଯାଇଁ ଣ ଦାଦନ ଖଟେ

ଅର୍ଥ ଉପାର୍ଜନ କରିବା ସହିତ

    ଦୁଃଖରେ ଯେ ଦିନ କାଟେ.

ରୋଗ ବାଧକରେ ତାହାରି ପାଖରେ

   ନିଜ ଲୋକ ଯେ ନ ଥାନ୍ତି

କର୍ମକୁ ଆଦରି ଦିନ କାଟୁଥାଏ

    ପ୍ରଭୁଙ୍କ ନାମକୁ ଚିନ୍ତି.

ଶ୍ରମ ବଳରେ ସେ ଲହୁ ଲୁହ ଦେଇ

   ବନ୍ଧ ନିର୍ମାଣ କରଇ

ପର ଉପକାର କରୁଥାଏ ସିଏ

   ପିଲାଛୁଆ ଙ୍କର ପାଇଁ.

କର୍ମ କରି ନର ହୁଅଇ ଅମର

   କର୍ମ ହିଁ ଯେ ଭଗବାନ

କର୍ମ ନକରିଲେ ମନୁଷ୍ୟ ଜନମ

   ହୋଇଯାଏ ଅକାରଣ .

ସ୍ୱୟଂ ଭଗବାନ ମନୁଷ୍ୟ ରୂପରେ

   କର୍ମ କରିଲେ ଜଗତେ

ମନୁଷ୍ୟ ଜୀବନ ହୋଇଯିବ ଧନ୍ୟ

   ରହିଲେ ପରର ହିତେ.

କର୍ମମୟ ଏହି ଜୀବନ ଅଟଇ

    କର୍ମେ ତୋଷ ଭଗବାନ

ଶ୍ରମିକ ଦିବସେ ମୋର ନିବେଦନ

    କର୍ମକୁ ଦିଅ ପ୍ରାଧାନ୍ୟ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy