STORYMIRROR

Kalpana Satpathy

Tragedy Classics Inspirational

3  

Kalpana Satpathy

Tragedy Classics Inspirational

ମୋହ ମାୟାର ପାହାଚ

ମୋହ ମାୟାର ପାହାଚ

1 min
141

ମୋହ ମାୟାର ପାହାଚକୁ

ମଣିଷ ଥରେ ଅତିକ୍ରମ କରି ଦେଲେ

ସଵୁକିଛି ଭୁଲିଯାଏ ମାୟାର ପରିଧି ଭିତରେ

ଘୁରି ଅଣନିଃଶ୍ବାସୀ ହେଲେ ବି

ଅବାସ୍ତବ ସ୍ବପ୍ନକୁ ସତ କରିବା ପଛରେ

ଧାଇଁ ଧାଇଁ ଭୁଲିଯାଏ ନିଜର ଅସ୍ତିତ୍ବ

ମୁଁ କିଏ, ମୁଁ ଏ ସଂସାରକୁ କାହିଁକି ଆସିଛି

ତାହା ବି ଭୁଲିଯାଏ ମୋହର କରାଳ ଗ୍ରାସରେ।

ମାୟା ତାକୁ ନେଇଯାଏ ଯେମିତି ଦୂର ଦିଗବଳୟରେ

ଥିବା ସୁନେଲି ସପନର ନୀଳ ଆକାଶକୁ,

ମାୟାର ଆସ୍ତରଣର ଛିଟାରେ ସେ ମୋହିତ

ହୋଇ ଯାଇ ପଡି ଯାଏ ସେ ମୋହର ଘାଇରେ,

ଧନ, ଜୀବନ,ଯୌବନ ଏସବୁ କ୍ଷଣସ୍ଥାୟୀ ବୋଲି

ଜାଣି ବି ସେ ମନେ ମନେ ସ୍ବର୍ଗରୁ ପାରିଜାତ

ପୁଷ୍ପକୁ ଆଶା କରି ନିଷ୍କର୍ମା ଭାବରେ

ଘୁରି ବୁଲୁଥାଏ ପ୍ରଶ୍ନବାଚୀର ଅନ୍ତଃର୍ଦ୍ଵନ୍ଦରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy