STORYMIRROR

Kalpana Satpathy

Tragedy Classics Inspirational

3  

Kalpana Satpathy

Tragedy Classics Inspirational

ନାରୀ

ନାରୀ

1 min
147

ନାରୀ ସୃଷ୍ଟି, ନାରୀର ପରିଭାଷା ଓ ପରିସୀମା

ବ୍ୟାପ୍ତ ହୋଇଛି ଭୂମିରୁ ଭୂମା ଯାଏ

ଜଣାନାହିଁ କେତେ ଜନ୍ମ ର ପୂଣ୍ୟ ବଳରେ

ମିଳେ ଏଠି ନାରୀର ଜନ୍ମ

ତେବେ କାହିଁକି ଆଜି ନାରୀ ଆଜି

ସାଜୁଛି କଳିହୁଡି ବୋହୂ,ତା ଭାଗ୍ୟରେ

କ'ଣ ଏତେ ଯନ୍ତ୍ରଣା

କାହିଁକି ତାକୁ ସୁଖ ବଦଳରେ ମିଳେ ଅପମାନ

ଆଉ ତା ସାଥେ ଯାବତୀୟ ନିର୍ଯ୍ୟାତନା

କ'ଣ ନାରୀ ବୋଲି ନାହିଁ ତା'ର ସ୍ବାଧୀନତା

କାରଣ ସେ ଦୁହିତା, ଜାୟା, ଜନନୀ, ଭଗିନୀ 

ଅବା କେତେ ବେଳେ ସେ ମାଆ ବୋଲି

ଆମେ ସମସ୍ତେ ଭୁଲିଯାଉଛେ କି ଦୁହିତା

ଦୁଇ କୂଳକୁ ହିତା ବୋଲି,

ଥରେ ଲାଗିଲେ ତା ସିନ୍ଥିରେ ସିନ୍ଦୁର

ଛିଡା ହୋଇଯାଏ ତା ସାମ୍ନାରେ

ଲୋକ ଲଜ୍ଜାର ପ୍ରାଚୀର,

ଆଉ ତା ସହିତ ଅନେକ ଅସମାହିତ ପ୍ରଶ୍ନବାଚୀ।

ତା'ର ଇଛା ଥାଉ ବା ନ ଥାଉ ମାଗିବାକୁ ପଡେ

ମୁହଁ ରେ ହସର ମୁଖାକୁ ପ୍ରତିକ୍ଷଣ ପ୍ରତିମୁହୂର୍ତ୍ତରେ

ଠିକ୍ ଗୋଟିଏ ଚାବିଦିଆ କଣ୍ଢେଇ ପରି

କାହିଁକି ନା ତାକୁ କାନ୍ଦିବା ମନା

ଯେତେ ଦୁଃଖ ଥିଲେ ବି

କାରଣ ସେ ହେଉଛି ସ୍ଵୟଂ ସିଦ୍ଧା।

ନୀରବରେ କୁହୁଳି କୁହୁଳି ଜଳି ଜଳି

ସେ ମଉଳି ଯାଏ ଠିକ୍ ଶୀତ ସକାଳ ର

କାକର ବିନ୍ଦୁ ପରି

ଆଉ ପାଦେ ପାଦେ ଚଳିବାକୁ ହୁଏ

ସମାଜର ଶୃଂଖଳା ର ବେଡି ପିନ୍ଧି

କାଳେ ଅସାବଧାନତା ରେ ଭୁଲ୍

ହୋଇଯିବ କେଉଁଠି ଆଉ ଆଙ୍କିଦେବ

ସମାଜ କଳଙ୍କ ର ଟୀକା ତା ମଥାରେ

ତାପରେ ସେ କ'ଣ କରିବ, କାହାକୁ କହିବ

କ'ଣ ଅବା ଦୋଷ ତା'ର

ଆଉ କାହିଁକି ଆଜି ସେ ଦୋଷୀ ସମାଜ ଆଗରେ

ଯଦି କିଛି ଅଘଟଣ ଆସେ

ତେବେ ତ ଲୋକ ଲଜ୍ଜାର ଶିକୁଳି ହୋଇଯାଏ

ଆହୁରି ଟାଣ,ଆଉ ଆପେ ଆପେ ସେ ପେଷି

ହୋଇଯାଏ ସମାଜର ଶୃଂଖଳା ଭିତରେ।

ନାରୀ ଜନ୍ମ କ'ଣ ସତରେ ଈଶ୍ଵର ଙ୍କ ବରଦାନ,ଅବା

ମିଳେ କେଉଁ ଅଭିଶାପ ବଳେ

ନାରୀ ଯିଏ ସୃଷ୍ଟି କର୍ତ୍ତୀ, ଯିଏ ଜନ୍ମ ଦାତ୍ରୀ

ଏଠି କ'ଣ ଆଜି ତା'ର ସ୍ଥିତି ଓ ସ୍ବରୂପ 

ହେବ କେବେ କଳିହୁଡି ।



Rate this content
Log in

Similar oriya poem from Tragedy