STORYMIRROR

Bibhutibhusan Majhi

Tragedy Classics Inspirational

3  

Bibhutibhusan Majhi

Tragedy Classics Inspirational

ଲୁହ ମୋର ପୋଛି ଦିଅ

ଲୁହ ମୋର ପୋଛି ଦିଅ

1 min
159

ଲତା ଗିରି ବନ​​    ସମ୍ମୁଖେ ରୋଦନ

​     କରନ୍ତି ଜନକସୁତା

କୋଇଲି ସମୀପେ​​  ଯଶୋଦା ବିଳାପେ 

     ଝରଇ ଅଶ୍ରୁ ମୁକୁତା ।୧।


କାନ୍ଦଇ ଅଶନି​​-    ସ୍ବନେ ଯାଜ୍ଞସେନୀ

​     ଲକ୍ଷ ଯୋଜନରେ ଗଜ

କାନ୍ଦି କହେ ତ୍ରାହି,​​  କୁବୁଜା ସୁମୁହିଁ

​     ଅତ୍ମା କାନ୍ଦେ କରି ସଜ ।୨।


ଅହଲ୍ଯା ପାଷାଣୀ​​   ନେତ୍ରୁ ଝରେ ପାଣି

​     ଶବରୀ ଡୁବେ କୋହରେ

ରାଧାରାଣୀ ଲୁହ​​   ନୟନେ ଅଥୟ

     ଯାଉଛ ମଥୁରା ପୁରେ ।୩।


ସକଳେ କାନ୍ଦନ୍ତି​​    ମନକୁ ବାନ୍ଧନ୍ତି

​     ତୁମ ଶ୍ରୀ ଛନ୍ଦାଚରଣେ

ମୁହିଁ ମଧ୍ଯ କାନ୍ଦେ   ​​ଆଶା ନଦୀ ବାନ୍ଧେ

     ବିଦଗ୍ଧ ଅନ୍ତଃକରଣେ ।୪।


ଶରୀର ମୁଁ ନୁହେଁ​​   ବ୍ରହ୍ମରେ ସମାଏ

     ତଥାପି ମନେ ଭରମ

କହୁଛ ଅନାଦି​​    ଶରୀରଂ ଆଦି

​     ଖଳୁ ଧର୍ମ ସାଧନମ୍ ।୫।


ଶରୀର ନିମିତ୍ତ    ତୁମେ ଯେଣୁ ସ୍ଥିତ

     ମନ୍ଦିର ରୂପେ ପୂଜଇ

ତଣ୍ଡୁଳ ବ୍ଯଞ୍ଜନ   ରୂପ ପ୍ରସାଧନ 

     ରଙ୍ଗ ବସନେ ସଜାଇ ।୬।


ଶରୀର ଗଞଣା​​   ଧର୍ମେ ବାଧା ସିନା

     କାନ୍ଦିବିନି କିମ୍ପା କୁହ

ହେ ଶିଖି ପୁଛିଆ​​   ଲବଣୀ ଚାଖିଆ

     ଲୁହ ମୋର ପୋଛିଦିଅ ।୭।


Rate this content
Log in

Similar oriya poem from Tragedy