STORYMIRROR

Bibhutibhusan Majhi

Abstract Classics Inspirational

4  

Bibhutibhusan Majhi

Abstract Classics Inspirational

ସୁଖ ପ୍ରତି

ସୁଖ ପ୍ରତି

1 min
257

ଜୀବନ ଡଗର ସୁସ୍ଥେ ହୁଏ ପାର

ଖୋଜିଛି ତୁମକୁ କେତେ 

ସ୍ୱର୍ଗୀୟ ସୁନ୍ଦର ସ୍ଥାନେ ତୁମେ ଥିବ

ପ୍ରଚେଷ୍ଟା କରି ନିରତେ ।୧।


ସବୁଜିମାମୟ ଗହିରୀରେ ଥିଲ 

ମହକି କ୍ଷଣେ ବିଲୋପ

ସୁନ୍ଦର ସୁଢ଼ଳ ବଦନ କମଳ

ନ ପାଇ ମନ ସନ୍ତାପ ।୨।


କ୍ଷେତର ସେପାରେ ଅIମ୍ବତୋଟା ତଳେ 

ପାଇଥିଲି ତୁମ ଛାଇ

ସମୟର ରବି ନିମିଷକ ମଧ୍ଯେ

ଦେଲା ତୁମକୁ ଦୂରେଇ ।୩।


ଗୋଲାପବଣର ମହକ ଭିତରେ 

ପାଇଲି ତୁମ ଝଲକ

ବଢାଇଲି ହାତ ଅମୃତ ପରଶ 

ମିଳେ ଅସଂଖ୍ଯ କଣ୍ଟକ ।୪।


ଶତଦଳ ମଧ୍ଯେ ନିବାସ ତୁମର

ତେଣୁ ସରସିର ଜଳ

ସନ୍ତରଣ କରି ଅବଶ ଶରୀରେ

ଲୋଡିଥିଲି ଥଳ କୂଳ ।୫।


ପ୍ରିୟାର ବାହୁରେ ହଜି ଯାଇଥିଲି

ତୁମର ସତ୍ତା ସନ୍ଧାନେ

ନିମିଷେ ଭୁଲିଲି ଆତ୍ମସତ୍ତା ସିନା 

ସିକ୍ତ ବିଷୟ ବନ୍ଧନେ ।୬।


ପ୍ରଭୁଙ୍କ ଆଶିଷ ତୁମ ପ୍ରିୟ ବାସ

ପ୍ରେମମୟ ଚିରନ୍ତନ

କର୍ତ୍ତବ୍ଯ କରମ ନିଭାଏ ଧରମ

କାଳେ ହେବି ଭାଗ୍ଯବାନ ।୭।


କହନ୍ତି କାନ୍ଦିଲେ ମିଳିଯାଏ ପରା 

ଅଳିର ବସ୍ତୁ ଯେସନେ

କାନ୍ଦୁଛି ତୁମକୁ ପାଏ ନିରନ୍ତର 

ନିବିଡ ବାହୁବନ୍ଧନେ ।୮।


ହରଷ ସରସ ଦିବ୍ଯ ସୁଧାମୟ

ହେଉ ଏ ଜୀବନ ମୋର

ଆସ ପ୍ରିୟତମ କବଳିତ କର 

ଅହ ନିଶି ନିରନ୍ତର ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract