Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhutibhusan Majhi

Abstract Romance Others

4.5  

Bibhutibhusan Majhi

Abstract Romance Others

ଅଭିସାରିଣୀ

ଅଭିସାରିଣୀ

1 min
266


ଓଠେ ସ୍ମିତ ହସ ​  ​​ନୀରବେ ବିତରେ

​​     ଅନ୍ତରର ପରିଭାଷା

ସପ୍ତରଙ୍ଗେ ସଜା ​​​  ସପନ ଅନେକ

​​     ଆବେଗଭରା ଅଭିପ୍ସା ।


ନୟନ କୋଣରେ ​​​  ଭରିରହିଅଛି

​​     ଆକାଶଛୁଆଁ କାମନା

ପଲକପତନ ​​​     ଗାଏ ଆଗମନୀ

​​     ସଜାଏ ମନୋବାସନା ।


ଅମାନିଆ କେଶ ​​​   ଅପେକ୍ଷାରେ ରତ

​​     ପରଶ କରକମଳ

ଅନାଛ୍ଛାଦିତ ​​​     ଦରକଣ୍ଠ ଯେହ୍ନେ

​​     ପିୟ ଚୁମ୍ବନ ବ୍ଯାକୁଳ ।


ଆଜାନୁଲମ୍ବିତ-​​​   ବାହୁ ବାନ୍ଧି ପ୍ରିୟେ

​​     ରଖିବ ସପ୍ତ ଜନମ

ଉରଦେଶେ ସୁଖେ ​​  ବଦନ ନିବେଶି

​​     ଭୁଲିବ ହୃଦ ଦହନ ।


ଚଞ୍ଚଳ କୋମଳ ​​​   ବେନିପଦ ହୁଏ

​​     ଅଚଞ୍ଚଳେ ଅଗ୍ରସର

ଯେସନେ ସମ୍ମୁଖେ ​​​  ଉଭାହୋଇଛନ୍ତି

​​     ହୃଦୟର ଗଳାହାର ।


ବକ୍ଷୋଜ ଆବୋରି ​​  ରଖିଛି ଲଳନା

​​     ଲଳିତ ଝୀନବସନେ

ମନ୍ଦୋଦର ସଂଗେ ​​  ଶୋଭାପାଏ ଚାରୁ

​​     ଗିରି ଉପତ୍ଯକା ଯେହ୍ନେ ।


କାମନା ବାସନା- ​​​  ସିକ୍ତା ଉନ୍ମାଦରେ

​​     ସଜାଇଛି ତନ ମନ

ସର୍ବସ୍ୱ ସମର୍ପି ​​​     ଅଭିସାରିଣୀ ସେ

​​     ପ୍ରିୟରେ ହେବ ବିଲୀନ ।


Rate this content
Log in

Similar oriya poem from Abstract