Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhutibhusan Majhi

Romance Classics Inspirational

4  

Bibhutibhusan Majhi

Romance Classics Inspirational

ବଉଳକୁ ପଦେ

ବଉଳକୁ ପଦେ

1 min
17


କେରି କେରି ଆମ୍ବ ବଉଳ

ମନେ ଝରେ ସାଙ୍ଗ ସରିସା ସରାଗ

ତୋଳିଲେ ଶ୍ରଦ୍ଧା ଦେଉଳ ଲୋ ବଉଳ ।


ବଉଳ କଣିରେ ପ୍ରେମ

ଆଁ କରି ପାଟି ହେଲେ ପକା ପକି

ସାଙ୍ଗ ହେଲେ ସାତ ଜନ୍ମ ଲୋ ବଉଳ ।


ଅଥଳ ଦୁନିଆ ବାରି

ପାରି ହେଉଥିବା ବନ୍ଧୁତ୍ୱ ନାଆରେ

ବଉଳ ଆହୁଲା ଧରି ଲୋ ବଉଳ ।


ବଉଳ ଅମାବାସ୍ଯାରେ

ପକୃତିର ପୂଜା ସାଙ୍ଗ ସାଥୀ ମଜା

ମନେ ପଡ଼ିଲା ଯେ ଝୁରେ ଲୋ ବଉଳ ।


ରଖିଛୁ କି ନାହିଁ ମନେ

ମୋର ବାହା ଦିନ କହିଥିଲୁ ମୋତେ

ଭୋଳ ହେବୁ ନାହିଁ ଧନେ ଲୋ ବଉଳ ।


ସେନେହ ମମତା ଡୋରି

କିଣି ନବୁ ଘରେ ମନ ସବୁରି ଯେ

ତୋତେ ହେଉଥିବେ ଝୁରି ଲୋ ବଉଳ ।


ଦିଅର ନଣନ୍ଦ ଥଟ୍ଟା

ଖଣ୍ଡାଧାର ଚାଲି ନହେଉ ଓଲଟା

ହସଖୁସି ମିଠା କଥା ଲୋ ବଉଳ ।


ଚଳୁଛି ତୋ କଥା ମାନି

ଶାଶୁ ଶ୍ୱଶୁର ଯେ ଝିଅ କଲେ ମୋତେ

ବାପା ମା ମନେ ପଡ଼ୁନି ଲୋ ବଉଳ ।


ୟାଙ୍କ ଗୁଣ କି ଗାଇବି

ଚିକଣ ଚାକଣ ଗେଲ ତେଲ କଥା

ଦେଖିଲେ ତୋତେ କହିବି ଲୋ ବଉଳ ।


ଆଖି ନାକ ଓଠ କେଶ

ଏସବୁ କାଳେ ମୋ ଏଡ଼େ ସରସ ଯେ

ଫୁଲି ଉଠେ ତାଙ୍କ ନିଶ ଲୋ ବଉଳ ।


ଜହ୍ନିଓଷା ପୂଣ୍ଯ ବଳେ

ସୁଖରେ ରହିଲି ଶାନ୍ତି ଭୋଗ କଲି

ତୋ ପାଇଁ ଅରଘ ଢ଼ାଳେ ଲୋ ବଉଳ ।


Rate this content
Log in

Similar oriya poem from Romance