Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravasini Senapati

Romance

4  

Pravasini Senapati

Romance

ଜହ୍ନରେ ଦେଇଛି ଲେଖି

ଜହ୍ନରେ ଦେଇଛି ଲେଖି

1 min
378



ଜହ୍ନରେ ଲେଖିଛି ତୁମରି ନାଁ ମୁଁ

ତାରାରେ ଦେଇଛି ଲେଖି

ମନ କାଗଜରେ ଲେଖିଛି ଯତନେ

ପ୍ରୀତିର ଅତର ମାଖି ।(୧)


ତୁମ ନାଁ ସାଥେ ମୋ ନାଁ କୁ ଯୋଡି

ସବୁଠି ଦେଇଛି ଲେଖି

ଜାଣୁ କି ନଜାଣୁ କେହି ଆମ ପ୍ରେମ

ଏଇ ଜହ୍ନ ଅଛି ସାକ୍ଷୀ ।(୨)


ଆକାଶ ଜାଣିଛି, ପବନ ଜାଣିଛି

ଆମ ଏ ପ୍ରେମ କାହାଣୀ

ତୁମେ ରାଜା ମୋର ମନ ରାଇଜର

ମୁଁ ତୁମ ମନର ରାଣୀ ।(୩)


ଏ ଜନମ ନୁହେଁ ସବୁ ଜନମରେ

ତୁମକୁ ପାଇବା ପାଇଁ

ଚୁପି ଚୁପି କାଲି ଜହ୍ନର କାନରେ

ମନକଥା ଦେଲି କହି ।(୪)


ତୁମେ ଥିଲେ ସାଥେ ଛୁଏଁ ନାହିଁ ମୋତେ

ଜୀବନର ସବୁ ଝଡ

ଆସ ଆମେ ଦୁହେଁ ଜହ୍ନ ରାଇଜରେ

ରଚିବା ପ୍ରେମର ନିଡ଼ ।(୫)



Rate this content
Log in

Similar oriya poem from Romance