STORYMIRROR

Pravasini Senapati

Romance

4  

Pravasini Senapati

Romance

ଜହ୍ନରେ ଦେଇଛି ଲେଖି

ଜହ୍ନରେ ଦେଇଛି ଲେଖି

1 min
393


ଜହ୍ନରେ ଲେଖିଛି ତୁମରି ନାଁ ମୁଁ

ତାରାରେ ଦେଇଛି ଲେଖି

ମନ କାଗଜରେ ଲେଖିଛି ଯତନେ

ପ୍ରୀତିର ଅତର ମାଖି ।(୧)


ତୁମ ନାଁ ସାଥେ ମୋ ନାଁ କୁ ଯୋଡି

ସବୁଠି ଦେଇଛି ଲେଖି

ଜାଣୁ କି ନଜାଣୁ କେହି ଆମ ପ୍ରେମ

ଏଇ ଜହ୍ନ ଅଛି ସାକ୍ଷୀ ।(୨)


ଆକାଶ ଜାଣିଛି, ପବନ ଜାଣିଛି

ଆମ ଏ ପ୍ରେମ କାହାଣୀ

ତୁମେ ରାଜା ମୋର ମନ ରାଇଜର

ମୁଁ ତୁମ ମନର ରାଣୀ ।(୩)


ଏ ଜନମ ନୁହେଁ ସବୁ ଜନମରେ

ତୁମକୁ ପାଇବା ପାଇଁ

ଚୁପି ଚୁପି କାଲି ଜହ୍ନର କାନରେ

ମନକଥା ଦେଲି କହି ।(୪)


ତୁମେ ଥିଲେ ସାଥେ ଛୁଏଁ ନାହିଁ ମୋତେ

ଜୀବନର ସବୁ ଝଡ

ଆସ ଆମେ ଦୁହେଁ ଜହ୍ନ ରାଇଜରେ

ରଚିବା ପ୍ରେମର ନିଡ଼ ।(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance