Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravasini Senapati

Drama Tragedy

3  

Pravasini Senapati

Drama Tragedy

ବଧୁ ନିରୁପମା ଭାଗ ୨

ବଧୁ ନିରୁପମା ଭାଗ ୨

1 min
202


ଧାର ଧାର ବହେ ଆଖିରୁ ଲୋତକ

ଭାବି ତା ପୁରୁଣା ଦିନ

ସଂସାର ର ଏ କି ବିଚିତ୍ର ନିୟମ

ନାରୀ ଜନ୍ମ ହୀନିମାନ ।


ଯା କୋଳେ ଜନମି ବଡ଼ ହେଲି ପୁଣି

ପାଇ ମମତା ଆଦର

ଝିଅ ଜନମ ତ ପର ଘର ପାଇଁ

କହି ସେ କରିଲା ପର ।


ଗାଁ ଦାଣ୍ଡ ଖେଳ ସାଙ୍ଗ ସାଥି ମେଳ

ଆଉ କି ଆସିବ ଫେରି

ଶାଢ଼ୀ ର ପଣତେ କାନ୍ଦି ଲୁହ ପୋଛେ

ପୁରୁଣା ଦିନକୁ ଝୁରି ।


ଲୁହ ପୋଛି ସେ ଯେ ମନକୁ ବୁଝାଏ

ପାଇଛି ମନର ମିତ

ଶଙ୍ଖା, ସିନ୍ଦୁରରେ ସଜାଇ ମୋତେ ସେ

ଧରିଛନ୍ତି ମୋର ହାତ ।


ସଭିଙ୍କୁ କରିବି ଆପଣାର ଏଠି

ଗଢ଼ିବି ସୁଖ ସଂସାର

କରି ଆଣିଛନ୍ତି କୂଳବଧୁ ମୋତେ

କରିବେ କେତେ ଆଦର ।


ସ୍ୱପ୍ନରେ ବିଭୋର ହେଲା ନିରୁପମା

ମନେ ଭାବି କେତେ କଥା

ଓଠୁ ଉକୁଟିଲା ଚେନାଏ ହସ ତା

ଲାଜେ ନାଇଁଗଲା ମଥା ।


ଯା, ନଣନ୍ଦ ଙ୍କ ଟାହି ଟାପରା ରେ

ଭାବନା ରାଇଜୁ ଫେରି

ଓଢଣା ସଜାଇ ମୁରୁକି ହସିଲା

ଲାଜେ ଲାଜେ ସୁନା ଗୋରୀ ।


Rate this content
Log in

Similar oriya poem from Drama