Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhutibhusan Majhi

Romance Classics

4.5  

Bibhutibhusan Majhi

Romance Classics

ବନ୍ଧନ

ବନ୍ଧନ

1 min
279


କହନ୍ତି ବନ୍ଧନ​     ଦୁଃଖର କାରଣ

    ଭିନ୍ନ ଭାବ ଆସେ ମନେ

ପ୍ରଥମ ଦର୍ଶନେ ​    ପ୍ରେମ ଶିହରଣେ

ଭରିଥିଲା ମନେ​    କୋଣେ ଅନୁକୋଣେ

​       ଅନେକ ସପନ

​       ବନ୍ଧନ ପ୍ରସୂନ

​     ସଞ୍ଚରଇ ଅନୁକ୍ଷଣେ ।୧।

 

ପ୍ରୀତି ମଧୁଚ୍ଛନ୍ଦା ​    ପ୍ରେମେ ହୋଇ ବନ୍ଧା

     ବିଷମ ଭବସାଗର

ଏକା ଏକା ଡରେ​    ଜୁଆର ଭଟ୍ଟାରେ

ପ୍ରିୟା ପ୍ରେମଡ଼ୋରେ​   ସୁଦୃଢ଼ ରଜୁରେ

​      ବାନ୍ଧିଦେଇ ଭେଳା

​      ସାହା ଚକାଡ଼ୋଳା

​    ସାନନ୍ଦେ ହୁଅଇ ପାର ।୨।

 

ରବି କର କରେ​     ନୀଳ ସରୋବରେ

​     ଲାସ୍ୟମୟୀ ପଙ୍କଜିନୀ

ଚନ୍ଦ୍ରମା କିରଣ​      କରି ସମ୍ଭାଷଣ

ପ୍ରେମେ ଆହ୍ଲାଦିନୀ​   ହୁଏ କୁମୁଦିନୀ

​       ବନ୍ଧନ ଆଧାର

​       ଅନ୍ୟଥା ଅସାର

​     ଅଭାଗିନୀ ବିରହିଣୀ ।୩।

​  

ବାନ୍ଧି ଗୋପିଗଣ​     ସେ ଛନ୍ଦାଚରଣ

​     ସ୍ନେହ ଶ୍ରଦ୍ଧା ପ୍ରେମ ଡ଼ୋରେ

ବାନ୍ଧଇ ଶବରୀ​      ଶ୍ରଦ୍ଧା ରଜୁ ଧରି

ପାର୍ଥ ହଳଧର​      ସଖା ସହୋଦର

​        ଲଭନ୍ତି ପରମ

​        ଦେବମୟ ଧାମ

​     ଭାବମୟ ବନ୍ଧନରେ ।୪।

 

ବନ୍ଧନେ ବନ୍ଧନ​     କରି ଜନମନ

​      ସହୃଦୟ ସବିବେକ

ବିତରିବା ପ୍ରେମ​     ସେବା ପୂଣ୍ୟ କର୍ମ

ଜନ ହିତେ ଲୟ​    ବିଶ୍ୱ ନିରାମୟ

​       ସୁଖୀ ଜଗଜ୍ଜନେ

​       ଜଗାଇବେ ମନେ

​      ବନ୍ଧନ ସୁଖଦାୟକ ।୫।


Rate this content
Log in

Similar oriya poem from Romance