Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Binodini Dash

Romance

4  

Binodini Dash

Romance

କେତେ ମିଠା ସତେ ତୁମ ଅନୁଭବ

କେତେ ମିଠା ସତେ ତୁମ ଅନୁଭବ

1 min
302



ତୁମେ ମୋ ଜୀବନ ଆକାଶେ ଜହ୍ନ ଜୋଛନା

ତୁମ ପରଶରେ ତନମନେ ଉନ୍ମାଦନା

କେତେ ମିଠା ସତେ ତୁମ ଅନୁଭବ

ସମ୍ପର୍କ ସଉଧେ ଦୁର୍ମୂଲ୍ୟ ବିଭବ

ଏ ପିଆସୀ ପ୍ରାଣେ ଅପାର ତୃପତି

ଭରିଦେଇ ସଦା ଗାଏ ମଧୁଗୀତି

ନିନାଦିତ ତା'ର ସକଳ ଶବଦ

ହୃଦୟେ ପୀରତି ମୂର୍ଚ୍ଛନା ।

ତୁମେ ମୋ ଜୀବନ--------------


ତୁମେ ଥିଲେ ଦୂରେ ଲାଗେ ଅଛ ପାଖେ

ଜଡ଼ାଇ ଧରିଛି ବୋଲି ସଦା ବୁକେ

ଉଷ୍ମତାକୁ ଅନୁଭବ କରିକରି

ଦିବସ ରଜନୀ ଯାଏ ମୋର ସରି

ମନ ଭାବନାରେ ନ ଦିଏ ଶୋଚନା

କେବେ ବି ବିରହ ବେଦନା ।

ତୁମେ ମୋ ଜୀବନ--------------


ଜୀଇଁ ଥିବାଯାଏ ଏମିତି ମୁଁ ମଜ୍ଜି

ହଜି ଯାଉଥିବି ପ୍ରେମରଙ୍ଗେ ଭିଜି

ବିଶ୍ବାସ ଭରସା ଜୀବନେ ପାଥେୟ

ଅବିଶ୍ବାସ ତୋଳି ନ ହେବି ଅଥୟ

ତୁମେ ମୋ ଜୀବନ ଧନ ଯଉବନେ

ମହକିତ ଭରା ବାସନା ।

ତୁମେ ମୋ ଜୀବନ-------------


Rate this content
Log in