STORYMIRROR

Prasanta kumar Hota

Romance

4  

Prasanta kumar Hota

Romance

ପାଉଛି ତୋପାଖେ ପ୍ରୀତି

ପାଉଛି ତୋପାଖେ ପ୍ରୀତି

1 min
232


ପଡି ଯାଇଛି ଲୋ ପ୍ରେମରେ ରୂପସୀ 

ପାଉଛି ତୋ ପାଖେ ପ୍ରୀତି 

ତୋର ପ୍ରତିବିମ୍ବ ଦେଖୁଛି ମୁଁ ସଦା 

ନୟନେ ଯାଇଛୁ ଲାଖି ।

ବାଧିଲେ ଏକଥା କିକରିବି କହ

ମନରୁ ପାରୁନି ପୋଛି।


ତଟ ତରଙ୍ଗିଣୀ ତଟିନୀ ତୁମେ ମୋ

ତଟେ ଆବାହନ କରେ 

ଦେବେ ବିବସ୍ଵାନ ଦେବେ କି ମଦନ

ପ୍ରେମ ବାରି ମୋର ଠାରେ। 

ବାଧିଲେ ଏକଥା କହିବୁ କି କହ 

ମନ କିବା ତନୁ ଧରେ।


ଜାଣିଛି ତୁମେ ବି ଭଲ ପାଅ ମୋତେ 

ପାର ନାହିଁ ଯାହା କହି 

ତୁମ ହସଧାର କହିଦିଏ କଥା 

ତୁମ ଠାଣି ଦିଏ ଛୁଇଁ 

ବାଧିବ କି କହ ଏକଥାରେ ତୋତେ

ସତ ଯଦି ଜାଣୁ ତୁହି।


ମୁଁ ତୁମ ପାଖରେ ତୁମେ ମୋ ପାଖରେ 

ପାଖେ ପାଖେ ଥାଅ ଯେବେ 

ମୋ ସଙ୍ଗ ସଙ୍ଗରେ ସଙ୍ଗ ଦେବା ପାଇଁ

ଥକା ନଥିଲା ତ କେବେ।

ବାଧିବ କାହିଁକି କହ ଏ ପିରତୀ

ଏ ସୁଖ କାହାକୁ ବାଧେ।


କାଲି ଥିଲ ତୁମେ ପ୍ରୀତି ପ୍ରତିବିମ୍ବ 

ଆଜି ତୁମେ ପ୍ରୀତି ଫୁଲ 

ତୁମେ ମୋ ମନର ଅତଳ ସାଗର

ମୁଁ ତାର ମାତର ଝିଲ 

ବାଧିବ କାହିଁକି କହ ଲୋ ରୂପସୀ

ମହକିଲେ ରତି ଫୁଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance