STORYMIRROR

Prasanta kumar Hota

Romance

4  

Prasanta kumar Hota

Romance

ଭାଲେଣ୍ଟାଇନ ମହକ

ଭାଲେଣ୍ଟାଇନ ମହକ

1 min
322

ମଳୟ ବୋହୁଛି ମଧୁପ ଆସୁଛି

ମନ ଡାକେ ମଧୁ ମେଳ 

ମଧୁକର ମନେ ମଧୁ ନେବା ଆଶେ 

ଖୋଜୁଥାଏ ମଧୁ ବେଳ

ମୃଦୁମଳୟର ଶୀତଳସମୀର

କୁସୁମ ପରଶ କାଳ।


ସପ୍ତା ସମାରୋହ ଭାଲେଣ୍ଟାଇନ ର

ସାତ ଦିନେ ସମାପନ 

ରୋଜ ଦିନ ଠାରୁ ହଗ୍ ଦିନ ଯାଏ 

ଯୁବା ମନ ଛନ ଛନ 

ରୂତୁଚକ୍ରେ ଉଭା ବସନ୍ତ ବିରାଜେ

ଶୀତ ହୁଏ ଅନ୍ତ ଅନ୍ତ।


ପାଗ ଅନୁକୂଳ ପଶ୍ଚିମ ସକଳ 

ଏହି ମାସେ ଏଣୁ ବନ୍ଧା 

ପୁରୁବେ ପରବ ନୁହେଁ ପରାଗତ

ପରାନୁକରଣେ ଫନ୍ଦା

ନବ ପଲ୍ଲବରେ ପଲ୍ଲବିତ ଯେତେ

ନଦୀ ନାଳ ବୃକ୍ଷ ଲତା।


ବସନ୍ତରେ ରାସ ରାଧାକୃଷ୍ଣ ରସ 

ଭକ୍ତି ପ୍ରେମ କର୍ମ ସୁଖ 

ପ୍ରେମର ପୁଲକ ପାଆନ୍ତି ଉତ୍ସୁକ 

ତୃଷାର୍ତ୍ତ କୁ ବଳାହକ 

ବନ ଉପବନେ ଭ୍ରମର ମଧୂକା

କରୁଥାନ୍ତି ବିମୋହିତ। 


ଉଷ୍ମତା ସୁଖରେ ଉନ୍ମତ୍ତ ପ୍ରେମିକ 

ମଦମତ୍ତ ଚର୍ମାନନ୍ଦ 

ଅନ୍ଧ ହୋଇ ଯାଏ ବିବେକ ବିଚରା 

ସତେ କି ପରମାନନ୍ଦ ।

ସୁନ୍ଦର ଏ ଧରା ସୁନ୍ଦର ତାଧର 

ବିସ୍ମୟେ ବିସ୍ମୟାଭୁତ। 


ଭାଲେଣ୍ଟାଇନ ଯା କରିଥିଲେ କେବେ 

କରୁଛି ବା କିଏ ତାକୁ 

ପ୍ରତୀକ ଧର୍ମରେ ପ୍ରେମ ପରିଭାଷା 

ପାଶ୍ଚାତ୍ୟ କରିଛି କାବୁ

ବସନ୍ତ ରାଗରେ କାହିଁ କାର ରଙ୍ଗ

ବାସନାରେ ଉବୁଟୁବୁ।


ପ୍ରପୋଜ ଡେ ପରେ ବ୍ରେକ ଅପ୍ ଆସେ

ପ୍ରେମ ପର୍ବେ ଏକ ଧାରା 

ଯୁବକ ଯୁବତୀ ବେଳହୁଁ ବିଳାସୀ

ଦେଉଛନ୍ତି ଯାହା ନାରା

ପ୍ରଣୟରେ ବାରି ବୋହି ବୋହି ଯାଏ 

ବିଚ୍ଛେଦରେ ଭରେ ସୁରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance