STORYMIRROR

Prasanta kumar Hota

Romance

4  

Prasanta kumar Hota

Romance

ଜନ୍ମ ଦିନ ଶୁଭେଚ୍ଛା

ଜନ୍ମ ଦିନ ଶୁଭେଚ୍ଛା

1 min
403

ଜନ୍ମ ଦିନ ପାଇଁ ଶୁଭାଶିଷ ମୋର

ସଦିଛା ସମ୍ପନ୍ନ ହେଉ ସଦାଚାର 

ଢାଳୁଥାନ୍ତୁ ସର୍ବେ ତୋଶିରେ କଲ୍ୟାଣ

ପୁରି ଉଠୁ ଖୁସି ପରିମିତ ପ୍ରାଣ

ନିରନ୍ତର ହେଉ ସଂସାରର ସୁଖ 

ସର୍ବ କୁଶଳରେ ହୁଅ ପ୍ରତିଭାତ।


ଜନମ ଦିନରେ ଶୁଭେଚ୍ଛା ଦେଉଛି

ଶୁଭ ମନାସୁଛି ତୋର ଗତିପଥେ  

ପ୍ରଭୁଙ୍କ ଆଶିଷ ପାଇ ପାଅ ଯଶ

ପାଉଥାଅ ପତି ସୁଖ ଅବିରତେ 

ମନର ବାଞ୍ଛିତ ଇଛା ହେଉ ସିଦ୍ଧ ।


ହୁଅ ପ୍ରତିକ୍ଷଣ ତୁମେ ପ୍ରତିବଦ୍ଧ

ସଫଳତା ତୁମ ହେଉ ଉଦଗମ 

ଭବ୍ୟ ହେଉଥାଏ ତୁମ ଲକ୍ଷ୍ୟ ପଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance