STORYMIRROR

suvendu Meher

Romance Inspirational

4  

suvendu Meher

Romance Inspirational

ନିର୍ବାଣ

ନିର୍ବାଣ

1 min
404


ଆସ!

ଆମେ ଦୁହେଁ ମିଶି ପାଦ ରଖିବା

ସତ୍ୟ ଆଉ ଶାନ୍ତିର ସେ

ଦୁର୍ଗମ ଇଲାକାରେ ।


ଯେଉଁଠି!

ସନ୍ଧାନ ମିଳିବ 

ଗୋଟାପଣେ ଅବିନାଶୀ,

ଅକ୍ଷୟ ବିଶାଳ ଅମୃତମୟ 

ରଙ୍ଗୀନ ସହର ।


ଯେଉଁଠି ନଥିବ

ହସ ପରେ କାନ୍ଦ

ଆଉ ଭଲ ପରେ ମନ୍ଦ !


ଦେଖ,

ତୁମ ପାଦ ତଳେ ସମର୍ପି ଦେଇଛି

ମୋର ସମସ୍ତ

ମୁଁ କାର ଓ ଅହଂକାର ।


ଆତ୍ମାନୁଭୁତି ର ନୈବେଦ୍ୟ

ସମର୍ପଣର ଦିବ୍ୟଚେତନା

ହ୍ଲାଦିନି ଶକ୍ତିର ପ୍ରେମ

ଗତିଶୀଳ,ଦକ୍ଷତାର ପ୍ରେରଣା ।

ଚିର ସବୁଜ କାମିନୀ କାଞ୍ଚନ

ଆଉ ପୂର୍ଣ୍ଣତା ର ଦିବ୍ୟସ୍ପନ୍ଦନ ।

ଜୀବନର ଶବ୍ଦକୋଷ ରେ 

ତୁମେ ମୋର ତନ୍ମୟ ଚେତନ ।

ତୁମରି ବାହୁ ବନ୍ଧନେ

କଟିଯାଉ ନଶ୍ୱର ଜୀବନ ।।


ତୁମେ ଅମରାବତୀ ର

ରାଜକୁମାରୀ ଶଶୀସେଣା ହୁଅ,

କି ସ୍ବର୍ଣ୍ଣପୁର ର ତନ୍ତ୍ର ସାଧିକା 

ଜ୍ଞାନଦେଇ ମାଳୁଣୀ ?


ମୁଁ ଶବର ରାଜକୁମାର

 ଅହିମାଣିକ୍ୟ ପରି

ସମର୍ପି ଦେଇସାରିଛି ମୋର 

ସମସ୍ତ ରୂପ ଯୌବନ ।

ତମେ ମେଣ୍ଢା କର କି ଭେଣ୍ଡା

ମୋର କିଛି ଯାଏ ଆସେ ନାହିଁ 

ମୁଁ ତ ତମ ଭିତରେ 

ହଜି ଯାଇଛି ।


ମାଗି ନଥିଲି ନିର୍ବାଣର ପଥ

ଖୋଲି ନଥିଲି ମୋକ୍ଷର କବାଟ

ସ୍ରୋତ ହୋଇ 

ନିଃସୃତ ହେଲା ଯେବେ

ଅଯାଚିତ ବାରି

ସେ ପଥକୁ ନେଲି ମୁଁ ଆବୋରି ।


ପ୍ରେମ ପ୍ରୀତି କରି ସମ୍ମିଶ୍ରଣ,

ଆତ୍ମା ଆଉ ଆତ୍ମା ସାଥେ

ନିଃସର୍ତ ମିଳନ !!


ତୁମର ଅମୃତ ଦାନ

ଜଗାଏ ସ୍ପନ୍ଦନ

ସବୁରି ଶୀର୍ଷରେ ତୁମେ ପାଇଛ ଆସ୍ଥାନ

କେବଳ ତୁମରି ପାଇଁ,

ସ୍ପର୍ଶ କଲି ମୋକ୍ଷ ଆଉ ନିର୍ବାଣ 

ନିର୍ବାଣ ପଥରେ କଲି ଆତ୍ମ ସମର୍ପଣ ।


ମୁଁ ତ ସରଳ ମଣିଷଟିଏ!

ନା କେବେ ହୋଇପାରିବି "ଗୌତମ"

ନା କହିପାରିବି

" କାମନା ର ବିନାଶ ରେ ଦୁଃଖ ର ବିନାଶ "


ନା କୃଷ୍ଣ ହୋଇ ଗୀତାରେ କହିବି!

ଆତ୍ମାକୁ ସ୍ତିରୀ ବେଶ କରି

ଶ୍ରୀରାଧା ଅଙ୍ଗରେ ବିହାରୀ ।

କୃଷ୍ଣେ ଆସ୍ଵାଦ ରସ ଦେଇ

ଏହାକୁ ପ୍ରେମ ଭକ୍ତି କହି ।

ପ୍ରେମ ଭକ୍ତିରୁ ଭକ୍ତି ନାହିଁ

ପ୍ରେମ ନିକଟେ ଥାଏ ମୁହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance