ପ୍ରିୟା ଦେଇଗଲା ମଳୟ ଛୁଆଁ
ପ୍ରିୟା ଦେଇଗଲା ମଳୟ ଛୁଆଁ
ପିଆସୀ ମନକୁ ପ୍ରେମମୟ କରି
ପ୍ରେୟସୀକୁ ତୋଳି ଦେଲି
ମଳୟ ଛୁଆଁ ଟା ସତ ହୋଇଗଲା
ତାକୁ ଯେବେ ଛୁଇଁ ଦେଲି ।
ମାଗି ରଖିଥିଲି ଫଗୁଣ ଅଭିର
ଦେବି ବୋଲି ଉପହାର
ଭିଜା ଭିଜା ପ୍ରେମ ମଳୟ ଛୁଆଁ ରେ
ପ୍ରିୟା ଦିଶିଲା ସୁନ୍ଦର ।
ସରମୀ ସରମୀ ପ୍ରିୟାଟା ମୋହର
ମରମକୁ ଛୁଇଁ ଦେଲା
ତା'ଛୁଆଁର ଗୋଟେ ସଜ ମଲ୍ଲୀ ଦେଇ
ଆମ ପ୍ରେମକୁ ସ୍ବୀକୃତି ଦେଲା ।
ଦୂରୁ ଦେଖୁଥିଲା ପୂନେଇ ଚାନ୍ଦଟା
ଆଖି ମିଟି ମିଟି କରି
ଆମ ଦୁହିଁଙ୍କର ପ୍ରେମକୁ ଦେଖି ସେ
ହସିଦେଲା ଫିକ୍ କରି ।
ନୀଳ ଉର୍ମୀମାଳା ଶାମୁକା ବେଳାରେ
ଚୁପି ଚୁପି କାନେ କହିଲା ମୋର
ତୁମେ ଅଟ ମୋର ହୃଦୟ ଦେବତା
ପ୍ରିୟ ସଖୀ ଅଟେ ମୁହିଁ ତୁମର ।

