Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Romance Others

3  

Ram Prasad Bisoi

Romance Others

ଆମ ସମ୍ପର୍କର ଘର

ଆମ ସମ୍ପର୍କର ଘର

1 min
381




କ୍ଷୀଣଶବ୍ଦରେ

କିଛି ଗୋଟିଏ ଭାଙ୍ଗିଲା

ଭଳି ଲାଗୁଛି

ବୋଧେ 

ଘରଟିଏ

କିନ୍ତୁ

ସମସ୍ତେ କହୁନ୍ତି 

ତାକୁ 

ସମ୍ପର୍କର ଘର-----(୧)


ଇଟା ପଥର ବାଲି ସିମେଣ୍ଟ ବଦଳରେ 

ତିଆରି ହୋଇଛି 

କାଚରେ---------(୨)


ଦୃଶ୍ୟାନ୍ତ୍ରରେ

ରାସ୍ତାକଡରେ ଗଦା ହୋଇଛି

ବିତୃଷ୍ନା,ରାଗ,ଅଭିମାନ

ପରଶ୍ରୀକାତରତା, ବିଫଳତା, ଅସହିଷ୍ଣୁତାର ଟ୍ରକ ଭରି 

କଂକ୍ରିଟ,ଗୋଡି,ପଥର,


ରାସ୍ତାରେ ଚାଲୁଥିବା

ସବୁ ବାଟୋଇ 

କିନ୍ତୁ

ପଙ୍ଗୁ,ଅଥର୍ବ,

ଅବା ତାଙ୍କୁ କହିପାର

ଭିନ୍ନକ୍ଷମ--------(୩)


କାହାରି ନାହିଁ 

ହାତ ଗୋଡ଼

ସଭିଙ୍କର ମସ୍ତିସ୍କରେ ଗୋଟିଏ ପ୍ରଶ୍ନ 

ଭାଙ୍ଗି ଯିବାକୁ ଥିବା ସବୁ ସମ୍ପର୍କର ଘର ଗୁଡିକୁ ମରାମତି କରିବ 

କିଏ ?

କେତେବେଳେ 

ପହଲି ବର୍ଷାରେ ଯେ 

ସବୁ ପଥିକଙ୍କ ଦେହରେ ଲାଗିଯିବ

ହାତଗୋଡ଼

ଆଉ

ଢୋ ଢୋ ବର୍ଷା ହେବ

ପଥର

ସବୁ କାଚ ଘର ଭାଙ୍ଗି ଯିବ

ତା ପରେ କଣ ? 

ପୃଥିବୀରୁ -ମଣିଷ ବୋଲାଉ ଥିବା 

ଜୀବଟିର 

କଣ ? ମୂଳପୋଛ ହୋଇଯିବ

ବେଶ

ଭଲ ହୋଇଥାନ୍ତା ନି

ଶୁଖିଲାଥୁଣ୍ଠା ଗଛଡାଳରେ

ପୁଣିଥରେ 

ପଲ୍ଲବୀତ ହୋଇଥାନ୍ତା

ଯଦି

ଜୀବନ,

ଆମ ଘର ଗୁଡିକ ନ ଭାଙ୍ଗି

ରହି ଯାଆନ୍ତା ନି

ଆଉ

କିଛି ବର୍ଷ,ମାସ,ଦିନ,ଦଣ୍ଡ--(୪)


ଶୁନ୍ୟବାଣୀ

ଆକାଶରୁ ଝରି ପଡୁଛି

ବିବେକ ନାମକ ଆତ୍ତୁର୍

କଣ୍ଠରୁ 

ଭାଙ୍ଗୁ 

କିନ୍ତୁ 

ଭୂଷିଡି ନ ପଡୁ

ଯେତେସବୁ 

ଆମ ସମ୍ପର୍କରଘର ।-(ଶେଷ)



Rate this content
Log in

Similar oriya poem from Romance