STORYMIRROR

Ram Prasad Bisoi

Tragedy

3  

Ram Prasad Bisoi

Tragedy

ଦାଦନ ଚାଲିଛି

ଦାଦନ ଚାଲିଛି

1 min
11.5K


ତୁମ୍ବି ତୋଫାନର 

ଆଶଙ୍କା

ଭାଙ୍ଗି ଯାଇଛି

ବାୟା ଚଢ଼େଇଟିର 

ବସା,


ଦିଗହରା ହୋଇ ଗଛରେ ଉଡୁଛି 

ଛିଣ୍ଡା ପତଙ୍ଗ 

ଶେଷଥର ପାଇଁ ବୋଧେ ପବନର ଜୋରରେ 

ଫାଟିବା ପର୍ଯ୍ୟନ୍ତ 

ଦର ଭିଜା କାଗଜ ଖଣ୍ଡିକ,


ନିରିବିଛିନ୍ନ ଭାବେ 

ଘରମୁହାଁ କେଇ ଖଣ୍ଡ ଛାଇ

ଦାଦନ ଶ୍ରମିକ ଯେ ଚାଲିଛି ଅସରନ୍ତି ବାଟରେ କାନ୍ଧରେ ନେଇ ତା ଛଅ ବର୍ଷର 

ବାଳୁତ ପୁଅକୁ ,


ତା ସାଙ୍ଗରେ ପୁଣି ଚାଲିଛି 

ଅସରନ୍ତି ଘୃଣା

କେଉଁଠି ମାରପିଟ ତ କେଉଁଠି ଘୁସ ଖୋରଙ୍କ ତାଡନା,


ଓଃ !ପୁଣିଥରେ ଇତାହାସ ଦୋହରାଇଲା

ଦେଶ ବିଭାଜନର 

କରୁଣ ଦୃଶ୍ୟ

ତମସ ! ତମସ !


ଦାଦନ 

କିନ୍ତୁ ଚାଲିଛି ହାତ ମୁଠାରେ ଧରି ତା ବଳକା ନିଶ୍ୱାସ

ମହମାରୀର ଆତଙ୍କ 

ସହ 

ଭୋଟ ବ୍ୟାଙ୍କ ଛତ୍ର ଛାୟା ତଳେ

ତୁମ୍ବି ତୋଫାନ ସହ କରି ସାଲିସ

ଦାଦନ ଚାଲିଛି--------!



Rate this content
Log in

Similar oriya poem from Tragedy