STORYMIRROR

Ram Prasad Bisoi

Others

4.0  

Ram Prasad Bisoi

Others

ଅପଢ଼ା ଚିଠି

ଅପଢ଼ା ଚିଠି

1 min
192


କୋଟିଏ ଆଶାର ଗୋଟିଏ ସ୍ବପ୍ନକୁ ନେଇ

କେତେଥର ପଛକୁ ଫେରି ଚାହିଁବି ଯେ,

ତୁ ତ ବହି ଯାଇଥିବା

ପାଣି

ମୁଁ ସେଇ ଯାହା ଗତକାଲି ଥିଲି ଆଜି ବି 

ତୋ କୋଳେ ହସୁଥିବା

ନିର୍ଜୀବ ପଥରଟିଏ,


ତୋ ମିଛ ପ୍ରତିଶୃତି ସବୁ ତୋ ସହ ଏମିତି ବହିଯିବ 

ଏକଥା ମୁଁ କେମିତି ଜାଣିଥାନ୍ତି କହ ତ,


ହଁ ଏମିତି ତୋର କିଛି ଥିବ ଦାୟିତ୍ୱବୋଧ ଯାହା ଆଗେ ତୁ ବାଧ୍ୟ ହୋଇଥିବୁ ପାତିବାକୁ ସ୍ୱାଭିମାନର ମଥା,


ମୁଁ କିନ୍ତୁ ପାହାଡ଼,ବୃକ୍ଷ ତୋ ନଦୀପଠାକୁ ପଚାରି ଚାଲିଛି ଆଜି ବି ତୋ ଠିକଣା,

ଆଉ

ହସୁଛି ମୁରକି ମୁରକି ଚାହିଁ ପଛକୁ 

ଦେଖୁଛି ଆଗକୁ 

ଆଖି ପାଇଲା ପର୍ଯ୍ୟନ୍ତ 

ଦିଗବଳୟକୁ

କାଳେ ତୋ ସହ ଦିନେ ହୋଇଯିବ ଦେଖା,


ଅନ୍ତଃହୀନ ମୋ ପ୍ରତୀକ୍ଷା

ଯେମିତି ସେମିତି 

ଆଦି ଆବହମାନ କାଳରୁ

ପ୍ରତ୍ୟାଶା ସମ୍ଭାବନାର ଆସନ୍ତାକାଲିକୁ,

କହ ତ ,

ସାଧା କାଗଜରେ ଲେଖିବି କଣ ?

ଆସେ ତୋ ହୃଦୟରେ ଲେଖିଦେବି 

ଯେତେସବୁ ସାଇତା କଥା

ବଦଳରେ ତତେ ମାଗିବି ନାହିଁ କିଛି 

କାରଣ 

ସଂସାର ଭିତରେ ରହି ବି ମୁଁ ମୁକ୍ତ ବିହଙ୍ଗ

ତୁ କିନ୍ତୁ ଦୂର ଆକାଶର ସେଇ 

ପୁରୁଣା ମେଘ ,

କିଂକର୍ତ୍ତ୍ୟବ୍ୟବିମୁଢା ବିନ୍ଧାଣି 

ହଜି ଯାଇଥିବା ମୋ ଅତୀତର ଆଜି ବି ଅପଢ଼ା ଚିଠି ----------!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍