Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Tragedy

3  

Ram Prasad Bisoi

Tragedy

କୋରନା

କୋରନା

1 min
302



ତୁମେ ଶୁଣି ନ ଥିଲା 

ପୃଥିବୀକାନରେ  

ପ୍ରକୃତି ଫିସଫିସ କରି କହିଥିବା କଥାକୁ,

**

ସେ ଚିକ୍ତାର କରିଥିଲା 

ତା ଚିକ୍ତାର କୁ ପାଦେ ଆଡେଇ ଦେଇଥିଲ

ସେଥିପାଇଁ ମୁଁ ନେଲି 

ଜନ୍ମ ,

***

ମୋ ଲକ୍ଷ୍ୟ 

କିନ୍ତୁ ନ ଥିଲା ତୁମ ସମୂହକୁ କରିବାକୁ ନଷ୍ଟ

ତୁମେ ସବୁ ଚେଇଁ ଶୋଇଥିବା ମଣିଷ ଗୁଡିକୁ ବୋଲି ସଚେତନ କରିବାକୁ

ମୁଁ ନେଲି ଜନ୍ମ ,

****

ପ୍ରକୃତି

ଅନେକ ଥର କାନ୍ଦି ସାହାଯ୍ୟ ଭିକ୍ଷା କରିଥିଲା,

ଅନେକ ବାତ୍ୟା, 

ଅନେକ ବିଜୁଳିପାତ , 

ଅନେକ ଦୁର୍ଭିକ୍ଷ , 

ଅନେକ ମହାମାରୀ ,

ଅନେକ ପ୍ରାକୃତିକ ବିପତ୍ତି ଘଟାଇ ତୁମକୁ ଉଠାଇବାକୁ ଚେଷ୍ଠା କରିଥିଲା ଅନେକଥର

ତୁମେ କେହି ଶୁଣି ନ ଥିଲ

ତା କାନ୍ଦକୁ,

*****

ତୁମେ 

ଏବେ ବି ଶୁଣିବାକୁ ନାରାଜ ଯେତେବେଳେ 

ସମୁଦ୍ରରେ ଥିବା ଅନେକ ଜୀବ ବିଲୁପ୍ତ ହେବାକୁ ପ୍ରାୟ 

ବାୟୁ ମଣ୍ଡଳର ପ୍ରଦୂଷଣରେ 

ହିମଶିଖର ତରଳିବାକୁ 

ଯେ ବସିଲାଣି ,

ତୁମେ ଏବେ ବି ବୁଝିବାକୁ ନାରାଜ 

ତୁମ ଅଜାଣତରେ ତୁମେ କେତେ ପ୍ରକୃତି ବିରୁଦ୍ଧ କାର୍ଯ୍ୟ କରି ଚାଲିଛ,

ଥରେ ତ ଚିନ୍ତାକର ,

ଶୁଣ ମନଦେଇ ପ୍ରକୃତି

ତୁମକୁ କଣ କହିବାକୁ ଚାହୁଁଛି

ସେଥିପାଇଁ, ମୁଁ ଜନ୍ମ ନେଲି

ତଥାପି

ତୁମେ ଚାଲିଛ ଚରିତାର୍ଥ କରିବାକୁ

ତୁମ ନିଜ ସ୍ୱାର୍ଥପଥେ,

ଅନ୍ତତଃ 

ଏବେ ତ ମୋ ଆବେଗକୁ ଶୁଣ

ମୋ ଚାଲିଗଲା ପରେ 

ଥରେ ତୁମ ଆତ୍ମାକୁ ପଚାରି ବୁଝି ନିଅ 

ମୋ ଉତ୍ପତ୍ତିର କାରଣ କଣ ?

******

ମୁଁ କୋରନା ନେଲି 

ଜନ୍ମ

ମତେ ନା ନା କରି ତୁମେ ସବୁ ତ ଆବଦ୍ଧ ହେଲ  

ଚାରିକାନ୍ଥର ପରିସୀମା 

ଭିତରେ,

******

ମୋ ଅଣନିଶ୍ଵାସୀ ଦୌଡ଼କୁ,

ମୋ ଜ୍ବାଳାକୁ, 

ଥରେ ଖାଲି ଅନୁଭବ କରି 

ଦେଖ,

ମୁଁ ମଣିଷ ପ୍ରଦତ୍ତ ଭୁତାଣୁ କୋରନା,

ମଣିଷ ପ୍ରଦତ୍ତ ପ୍ରକୃତି 

ଆଖିର ଲୁହ, 

ପ୍ରକୃତି ଦେହର 

ଜ୍ୱାଳା,

ପ୍ରକୃତିର ଅବରୋଧ ନିଶ୍ୱାସ----------------!



Rate this content
Log in