STORYMIRROR

Ram Prasad Bisoi

Abstract

3  

Ram Prasad Bisoi

Abstract

ମୁଁ ମୃତ୍ୟୁଞ୍ଜୟ

ମୁଁ ମୃତ୍ୟୁଞ୍ଜୟ

1 min
292

ମୃତ୍ୟୁ- 

ଏକ କେବଳ ନିମିତ୍ତ

ଅବାଞ୍ଚିତ ନିଶ୍ଚିତ ସ୍ଥିରଧାର୍ଯ୍ୟ

ମୁହୂର୍ତ୍ତ,


କିଏ ?ତତେ କରେ 

ଭୟ

କିଏ ? ତତେ ଏଡାଇ ଯିବାକୁ ସାରା ଜୀବନ

ଦିଏ ବିତାଇ

ଜପ, ତପ, ଦାନ ,ପୁଣ୍ୟ ମାଧ୍ୟମରେ

ଛାଡେନି , ଚାରି ଧାମ ଯାତ୍ରା 

ମନ୍ଦିର କି ଗୀର୍ଜା, କି ମସଜିଦ

ସବୁଠି ଚାଲେ ତ

ରାଜତ୍ୱ,


ମୋର କିନ୍ତୁ ଭୟ ନାହିଁ 

ମୃତ୍ୟୁ ତତେ

କାରଣ

ମୁଁ ନୁହେଁ ରାଜା ନା ରଙ୍କ 

ନା ବି ନୁହେଁ

ଭିକାରୀ 


ମୁଁ ଜଣେ ଲେଖକ 

ସୃଜନ 

ମୋ ସୃଷ୍ଟି 

ମୋ ଦୃଷ୍ଟି ତ୍ରିକାଳ 


ମହାକାଳ

ମୋ କଲମ ମୁନରୁ ନିସୃତ

ପ୍ରତିଟି ଶବ୍ଧ ,


ମୁଁ ମୃତ୍ୟୁଞ୍ଜୟ,

ମୃତ୍ୟୁ

ତୁ କେବେଳ ମୋ ପାଇଁ 

ଏକ 

ନିର୍ବାଣର ଦ୍ୱାର

ମୁଁ 

ଦ୍ଵିତ୍ୟୟ ଈଶ୍ୱର

କେବଳ

ଏକ

ସନ୍ଧିଗ୍ଧ ମୁହୂର୍ତ୍ତର------!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract