STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ରୋବଟିକ ମଣିଷ

ରୋବଟିକ ମଣିଷ

1 min
205


ବେଶ ଚମତ୍କାର 

ଏଠି 

ଅନ୍ଧାରର ଆକ୍ରମଣ,


ପୃଥିବୀ 

କିନ୍ତୁ ନୀରବ ହୋଇଯାଇଛି

ସାକ୍ଷ ଦେଇ 

ସମସ୍ତ ଘଟିତ ଘଟଣାବଳୀର

ଯେମିତି 

ଆଦି ଅନନ୍ତକାଳରୁ

ଆଜି ପର୍ଯ୍ୟନ୍ତ,


ଏଠି

ଲୁଣ୍ଠନ, ବଳାତ୍କାର, ଭୃଣ ହତ୍ୟା ଇତ୍ୟାଦି 

ଅମାନବୀୟ କର୍ମ ନିତି ଦିନିଆ ଘଟଣା,


ନିରବ ! ପୃଥିବୀ ସହ ସମସ୍ତ ପଞ୍ଚତତ୍ୱ,

ମଣିଷ ହରାଇ ଦେଇଛି ମଣିଷ ପଣିଆ

ସମସ୍ୟା ବହୁଳ ଜୀବନ ବନାଇ ଦେଇଛି 

ମଣିଷକୁ #ଯନ୍ତ୍ରମାନବ,

ତେଣୁ

କହିପାର ତାକୁ ଅନ୍ୟରୁପେ ପ୍ରବାସୀ ଜୀବ ଅନ୍ୟଗ୍ରହର


କେତେକାଳ ଏମିତି ରୋବଟିକ ପ୍ରଜନନ ଚାଲିଥିବ

କେଜାଣି,


ଶୁଣ କାନ ଡେରି ଝଙ୍କୃତ ଶବ୍ଧକୁ

ବଦଳିବାରେ ଲାଗିଛି ଯେ

ପ୍ରକୃତିର ପ୍ରାକୃତିକ ପରିଚୟ

ଅପ୍ରାକୃତିକ ରୂପେ,

ତା ଠାରୁ ଢେର ଭଲ ନୁହେଁ ଚେଇଁ ଚୁପ ଚାପ ଶୋଇ ପଡିବା

ରୋବଟିକି ବୋଲାଇ ହେଉଥିବା 

ଆଜିର ସଂଜ୍ଞାହୀନ 

ଅପ୍ରାକୃତିକମଣିଷ-----!



Rate this content
Log in