STORYMIRROR

Ram Prasad Bisoi

Abstract

3  

Ram Prasad Bisoi

Abstract

ଜୀବନ ମୂର୍ଚ୍ଚନା

ଜୀବନ ମୂର୍ଚ୍ଚନା

1 min
224

ବେଶ ଚମକପ୍ରଦ 

ଏଠି 

ମାନବିକ ମୂଲ୍ୟବୋଧର 

ମୂର୍ଚ୍ଚନା,

କେତେବେଳେ ଭୁଲୁଣ୍ଠିତ 

ତ କେତେବେଳେ ବର୍ବରଚିତ୍ତ ଲୁଣ୍ଠନ,

କେତେ ଯେ ନିର୍ଭୟାର 

ଆର୍ତ୍ତନାଦ,

ଫେରି ଆସୁଛି ପୁଣିଥରେ 

କହି 

ସବୁକିଛି ପ୍ରାରବ୍ଧ ନିର୍ଧାରିତ୍ତ,

ତଥାପି

ନିରୁପାୟ ଜୀବନ,


ଜୀବନର 

ଅନେକ ପ୍ରତିଶୃତି ,ଅନେକ ପ୍ରତିବଦ୍ଧତା

ମୃତ୍ୟୁକୁ ଜାଣି ବି ଯେ ଚିରନ୍ତନ ସତ୍ୟ,

ଏଠି ସେଠି ସବୁଠି 

ଦୁହିଁଙ୍କ

ଛକାପଞ୍ଜା ଖେଳ,

ଜାଣି ବି କେହି ନୁହେଁ

ଅଜେୟ,ଅମର,


ମୃତ୍ୟୁ ଅନୁସନ୍ଧିସ୍ତ ପ୍ରତ୍ୟେକ ପ୍ରାଣ ଗାଇଚାଲେ

ଜୀବନ ତାନପୁରାରେ ବଜାଇ,

ଜୀବନ ମନ୍ତ୍ରର

ନିରିବିଛିନ୍ନ 

ଶାଶ୍ୱତ ସଙ୍ଗୀତ,


ମାୟା ସବୁ ମାୟା 

ସଂସାର ରୂପକ ସମୁଦ୍ରରେ

ତିମି ଆଖିର କୋଟିଏ

ସ୍ବପ୍ନ,


ଜୀବନ ଜଞ୍ଜାଳରେ 

ତ୍ରସ୍ତ ପ୍ରାଣ କହିଚାଲେ,

ନିରିବିଛିନ୍ନ ଭାବେ

ଏବେ କରିବାକୁ ଦିଅ 

ମୋ କାମ ,

ତା ପରେ 

କବର ଭିତରକୁ ଆସିଯିବ 

ଯେ 

ସୁଦୀର୍ଘ ଅନ୍ଥହୀନ ବିଶ୍ରାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract