STORYMIRROR

Ram Prasad Bisoi

Others

4  

Ram Prasad Bisoi

Others

ଟିକିକ ଆଶା ଓ ନୟାନ୍ତ ପ୍ରାଣ

ଟିକିକ ଆଶା ଓ ନୟାନ୍ତ ପ୍ରାଣ

1 min
395


ହାତ ମୁଠାରେ 

ବନ୍ଦୀ 

ଅଣଚାଷ ନିଶ୍ୱାସ,

ଜାରି ରହିଥାଉ

ଅନନ୍ତ ଆକାଶରେ 

ଖଣ୍ଡି ଉଡାଣ 

ନେଇ ଦୁଇଟି ହେଉ ପଛେ ଦୁର୍ବଳ ପକ୍ଷ,


ସମୟର ନିଷ୍ଠୁର 

ଦାବୀ

ଲକ୍ଷ୍ୟରେ ରହୁ 

ଉଡାଣ

ଦିଗନ୍ତ ସେପାରି,


ଆଶା 

ଟିକିକ ମନର 

କେହି ଜଣେ ଗୋଟାଇ ନେଉ

ମୋ ସମସ୍ତ ନିଶ୍ୱାସ ଓ ଉଚ୍ବାସ,


ହାରିବା 

ଜୀବନଠାରୁ ଶ୍ରେୟ ନୁହେଁ କି

ଯେ ବଞ୍ଚିବା ଜୀବନ ସହ ଜୀବନ ପରେ 

ମଧ୍ୟ,


ମାନେ 

ଯେ ଏଠି କିଛି ନାହିଁ 

ସହଯାତ୍ର ର

ଆଜି କିଏ ଅଛି କିଏ ନାହିଁ

କିଏ ଚାଲିଛି

ମୋ ସହ,

ସବୁଠାରୁ ଶ୍ରେୟ ନୁହେଁ

କି ?

ମୁଁ ଓ ମୋ ଏକୁଟିଆ ଉଡାଣ

ବଞ୍ଚି ଥାଉ

ଆଜନ୍ମ ସୂର୍ଯ୍ୟ ଚନ୍ଦ୍ର 

ପର୍ଯ୍ୟନ୍ତ

ଟିକିକଆଶା ଓ ନୟାନ୍ତ ପ୍ରାଣ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍