STORYMIRROR

Ram Prasad Bisoi

Abstract Others

3  

Ram Prasad Bisoi

Abstract Others

ଶବ ବ୍ୟବିଛେଦ ଘର

ଶବ ବ୍ୟବିଛେଦ ଘର

1 min
300


ଈଶ୍ବରଙ୍କ ଘରେ 

ଛାଇ ଆଲୁଅର ଛକାପଞ୍ଜା ଖେଳ,


ଜାରଜ ସନ୍ତାନଙ୍କ ଗହଳି ଭିତରେ

ନିଃସହାୟ ନିରିମାଖୀ ଆକାଶ 

ଛଣ ଚପର ଘର ଭିତରେ ଆବଦ୍ଧ,

ବୃଦ୍ଧ ଜରଦଗବର ଚକ୍ଷୁ ଦ୍ବୟ

କିଂକର୍ତ୍ତବ୍ୟବିମୁଢ,


ନିର୍ଭୀକ ପଥିକ 

ବ୍ୟସ୍ତ 

ସମୟର ପଶା ଖେଳରେ 

ଛକା ଏକ୍କା ଗୋଟିର ବୁଡିଆଣି ଜାଲ ଭିତରେ ,


ରାତି ନିମନ୍ତ୍ରଣ କରୁଛି ଦେହର ଉଷ୍ମତାକୁ 

ଟିକକ ଦିନ ଆଲୁଅର ସନ୍ଧାନେ,

ସେ ବୋଧେ ଜାଣେ ନାହିଁ 

ଈଶ୍ୱରଙ୍କୁ 

ଈଶ୍ବରଙ୍କ ଘରେ ବି ଦରକାର ପଡେ

ଗୋଟିଏ ଭଲ ପାଇବା ହୃଦୟଟିର,


ସମସ୍ତେ ଯେ 

ବ୍ୟସ୍ତ 

ଯେ ଯାର ସ୍ୱାର୍ଥ ଅନୁସନ୍ଧିସ୍ତ ଦୃଷ୍ଟିର

ଲାଳସାର ମାୟାଜାଲ ଭିତରେ,


ନିତି ପ୍ରତିଦିନ

ଧର୍ମ, ଅଧର୍ମ ,ପାପ ,ପୁଣ୍ୟର ଶବ ବ୍ୟବଛେଦ ହୁଏ ଅଲଗା ଅଲଗା ଶବ ବ୍ୟବିଛେଦ ଗୃହେ,


ସମୟକ୍ରମେ ଈଶ୍ବରଙ୍କ ଘର

ବଦଳି ଯାଏ 

ଗାଁ ମୁଣ୍ଡ ଶେଷ ମଶାଣିରେ ଥିବା 

ପରିତ୍ୟକ୍ତ ମନ୍ଦିର ରୂପରେ,


କେତେବେଳେ 

କେଜାଣି ସଂଜ ବେଳର

ସିନ୍ଦୁର ବୋଳା ଆକାଶଟା 

ହଜି ଯାଏ

ରାତ୍ରିର ନିମନ୍ତ୍ରଣରେ,


ମାଳ ମାଳ ନରରାକ୍ଷସ 

ଡେଇଁ ପଡନ୍ତି

ନିର୍ଭୟାର ମୁକୁଳା ଛାତି ଉପରେ ,


ଅଶୁଣା ଅବୁଝା ଭାଷା ସହ କ୍ଷୀଣ ସ୍ୱରରେ ଚିତ୍କାର କରି ଉଠେ ପୃଥିବୀ କହି;

ଜୀବନ ଠାରୁ ଏଠି ମୃତ୍ୟୁ ଢେର ଭଲ

ଶବ ବ୍ୟବିଛେଦ ଘରେ----!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract