Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଖବରରେ ଈଶ୍ବର

ଖବରରେ ଈଶ୍ବର

1 min
308


ଈଶ୍ୱର

ତୁମ ସହ ଭେଟ ହୋଇଥିଲା

ଗତରାତି,


ତୁମକୁ 

ଅନେକ କିଛି ପଚାରି ବୁଝିଥିଲି

ତୁମେ କିନ୍ତୁ ହସୁଥିଲ 

କେବଳ ହସୁଥିଲ,

ମୋ ପଚାରିବାର କିନ୍ତୁ ହୋଇ ନ ଥିଲା 

ବନ୍ଦ,


ହଁ ! ମୁଁ ଜାଣିଛି ,

ମୋ ସବୁ ପ୍ରଶ୍ନର ଉତ୍ତର ତୁମ ନିକଟରେ ନିହିତ,

ଏବେ ତୁମେ ମତେ ବାଧ୍ୟ କରୁଛ ତୁମ ଅସ୍ତିତ୍ୱକୁ ନେଇ ହେବାକୁ ସନ୍ଧିହାନ,


ଯଦି ତୁମେ ସତରେ ସୃଷ୍ଟିକର୍ତ୍ତା,

ପାରି ପାରିବ ନି କି କରି 

ଦୂର

ତୁମ ପୃଥୀବିରୁ 

ହିଂସା,ଦ୍ୱେଷ ଓ ଅସହିଷ୍ଣୁତାର

ବାତ୍ତାବରଣ,

ପାପ ଅଧର୍ମ ଯେ ଏଠି କରୁଛି

ରାଜତ୍ୱ ପ୍ରତି ନିମିଷ,


ତୁମେ ପରା କୁହ !

ଏ ପୃଥିବୀରେ ତୁମେ କୁଆଡେ ଏକ ମାତ୍ର ବିକଳ୍ପ 

ପାପୀ ମାନଙ୍କୁ ବିନାଶ କରିବାକୁ

ଧର୍ମକୁ 

ପୁନଃ ସଂସ୍ଥାପନା କରିବାକୁ,

ଆଜି କାହିଁକି ? ଯେ 

ସାଜିଛ ନୀରବ,


ଦେଖ ! 

ଏଠି ଅନେକ ଦ୍ରୌପଦୀ 

ଵିଵସ୍ତ୍ର ହେବାରେ ଲାଗିଛନ୍ତି,

ବାରମ୍ବାର,


ଈଶ୍ୱର,

ତୁମେ ବୋଧେ ଖବର କାଗଜ ପଢିବା ଗଲଣି ଭୁଲି,

ଥରେ ! 

କେବଳ ପଢିବାକୁ ଚେଷ୍ଠାକର

ଦୈନିକ ଖବର କାଗଜ

ଜୀବନ

କାଟିବା ଯେ କେତେ କଷ୍ଟକର ସେତେବେଳେ

ତୁମେ ! 

ଈଶ୍ୱର ପାରିବ

ବୁଝି,


କେମିତି ଯୋଡ଼ା ହୁଏ ଖବରରେ କାହା କାହାସହ କାହାର ନାମ

ତୁମ କୁ ବି ଯୋଡ଼ିଦେବେ ଲୋକ କହି 

ଆଜିର 

ତାଜାଖବର

ଖବରରେ ଈଶ୍ୱର----------!



Rate this content
Log in