STORYMIRROR

Prashanta Padhan

Romance

3  

Prashanta Padhan

Romance

ବନ୍ଧୁରୁ ସାଜିଲ ବଧୂ

ବନ୍ଧୁରୁ ସାଜିଲ ବଧୂ

1 min
424

ବନ୍ଧୁଟିଏ ହୋଇ  ଆସିଲ  ଜୀବନେ

ବନ୍ଧୁରୁ  ସାଜିଲ  ବଧୂ

ଉଆଁସର ଏଇ  ଜୀବନରେ ମୋର

ହୋଇଲ ପୂର୍ଣ୍ଣମୀ ଇନ୍ଦୁ ।।

ବିନା  ବରଷାରେ  ଇନ୍ଦ୍ରଧନୁ ହସେ

ମନ ଆକାଶରେ ମୋର

ରଜନୀଗନ୍ଧାର  ସୁବାସ   ଚହଟେ

ଅଗଣାରେ   ନିରନ୍ତର ।।

ପରଶମଣିର   ଯାଦୁଗରୀ   ସ୍ପର୍ଶ

ଅଟେକିବା  ତୁମ  ଛୁଆଁ

ସୁବର୍ଣ୍ଣର ପରି ଏ  ଦେହ  ଚମକେ

ଅଙ୍ଗେ ମୋର ଲାଗେ ନିଆଁ।।

ଅଳସ  ଆଖିରେ  ହଜାରେ ସପନ

ସପନରେ  ଖାଲି  ତୁମେ

ଦିନର  ଆରମ୍ଭ  ତୁମରି  ପାଖରୁ

ଶେଷହୁଏ  ତୁମ ନାମେ।।

ହଜି ମୁଁ  ସାରିଛି  ତୁମରି ପାଖରେ

ଜନ୍ମ  ଜନ୍ମାନ୍ତର  ପାଇଁ

ବିତିଯାଉ  ମୋର  ପ୍ରତିଟି ମୁହୂର୍ତ୍ତ

ତୁମ  ମୁହଁ  ଚାହିଁଚାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance