STORYMIRROR

Prashanta Padhan

Others

3  

Prashanta Padhan

Others

ପ୍ରେମ ରାଜନୀତି

ପ୍ରେମ ରାଜନୀତି

1 min
351

ଗଢ଼ିବା ଗୋ ଆସ ପ୍ରେମ ପରିଷଦ

ଦୁଇ ହୃଦୟକୁ ନେଇ

ପ୍ରେମ ମନ୍ତ୍ରୀ ରୂପେ ରଖିବି ତୁମକୁ

ଜୟଯୁକ୍ତ ମୁଁ କରାଇ  ।।

ସରକାର ହେବ ଏ ମନ ରାଜ୍ୟରେ

ହେବନାହିଁ ପରାଜିତ

ପାଞ୍ଚବର୍ଷ ନୁହେଁ ସାତଜନ୍ମ ପାଇଁ

ତୁମେ ହେବ ନିର୍ବାଚିତ ।।

ଲୋଡ଼ିବିନି କେବେ ଯୋଗ୍ୟତା ତୁମର

ହେବାକୁ ପ୍ରେମ ପ୍ରାର୍ଥୀନୀ

ଅନାସ୍ଥା ପ୍ରସ୍ତାବ ଦେବିନାହିଁ କେବେ

ଭୁଲ୍ କେବେ ବୁଝିବିନି ।।

ପ୍ରଶ୍ନ କରିବେନି ବିରୋଧୀ ତୁମକୁ

କରିବେ ଗୋ ସମର୍ଥନ

ପ୍ରଣୟନ ହେବ ପ୍ରେମନୀତି ସାଥେ

ନୂଆଁ ପ୍ରେମ ସମ୍ବିଧାନ ।।

ଦାୟିତ୍ୱ ନେବ ଗୋ ସବୁ ବିଭାଗର

ଆଇନ ରାଜସ୍ବ ଅର୍ଥ

ରହିବେନି କେହି ପ୍ରେମ ପ୍ରତିଦ୍ୱନ୍ଦୀ

ରହିବନି କିଛି ସର୍ତ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍