ତୁମ ଚେହେରା
ତୁମ ଚେହେରା
ସରସୀର ନୀରେ ତୁମ ଚେହେରାର
ସଖି ଗୋ ପ୍ରତିଫଳନ
ଲାଗିଲା ଯେମିତି ଯାମିନୀର ଜହ୍ନ
କରିଛି ଅବତରଣ
ନୀଳକଇଁର କି ସମ୍ମୋହନ ପାଇଁ
ହୋଇଛି ସେ ଉପଗତ
ପ୍ରେମରସ ପାନ କରିଣ ଶଶାଙ୍କ
ହେବ ବୋଧେ ଆପ୍ୟାୟିତ
ପ୍ରେମର ଯାନରେ ଗଗନ ଦେଶରୁ
କରିଣ ସେ ଆଗମନ
ନୀଳକଇଁ ଦେହେ ସୁନେଲି ରଶ୍ମିକୁ
କରୁଥିଲା ବିଚ୍ଛୁରଣ
ଆଗତ ହେଲା କି ମଧୁମିଳନର
ମଧୁର ସେ ଶୁଭଲଗ୍ନ
ନୟନ ଦେଖିବ ପ୍ରଣୟର ପର୍ବ
ନୁହଁଇ ତ ଦିବାସ୍ବପ୍ନ
ଦେଖିଣ ସେ ଦୃଶ୍ୟ ଭ୍ରମରେ ପଡ଼ି ମୁଁ
ହେଉଥିଲି ଅସ୍ତବ୍ୟସ୍ତ
ତୁମ ତନୁର ଗୋ ତତଲା ସ୍ପର୍ଶରେ
ହୋଇଥିଲି ପ୍ରକୃତିସ୍ଥ