STORYMIRROR

Prashanta Padhan

Abstract

2  

Prashanta Padhan

Abstract

ଆତଙ୍କବାଦୀ-ଏକ ପ୍ରେମ କାହାଣୀ

ଆତଙ୍କବାଦୀ-ଏକ ପ୍ରେମ କାହାଣୀ

1 min
324

ଗୁଳି ବନ୍ଧୁକର  ଜୀବନ  ଭିତରେ

ସାଜିଥିଲି  ମୁଁ ପଥର

ଯାଦୁଥିଲା କିବା ତୁମ ଚେହେରାରେ

ବଦଳିଲା ବାଟ ମୋର

ମରିବା ମାରିବା ଥିଲା ଖେଳଘର

ବହୁଥିଲା  ରକ୍ତନଦୀ

ପ୍ରଥମ ଥର ଯେ ପ୍ରେମରେ ପଡ଼ିଲା

ଜଘନ୍ୟ ଏ ଅପରାଧୀ

ବନ୍ଧୁକ ବଦଳେ ଆପଣାର ହେଲା

ନାଲି ରଙ୍ଗର ଗୋଲାପ

ତୁମ ପ୍ରେମ ମୋତେ ଶିଖେଇଲା ସାଥି

ଜୀବନରେ ପୁଣ୍ୟ ପାପ

ଜିଇଁବା  ଶିଖିଲି  ତୁମରି  ପାଖରୁ

ଭୁଲିଯାଇ  ଅତୀତକୁ

ଇଚ୍ଛା ହେଉଥିଲା  ସାତଜନ୍ମ ପାଇଁ

ନୀଡ଼ଟିଏ ତୋଳିବାକୁ

ଛୋଟିଆ ସଂସାର ସ୍ୱପ୍ନଥିଲା ମୋର

ଦୁନିଆଁଠୁ  ବହୁଦୂରେ

ଶଙ୍ଖା ସିନ୍ଦୂରରେ ସଜେଇ ତୁମକୁ

କୂଳବଧୂ  କରିବାରେ

ତୋଳି ସାରିଥିଲି ରାଜ ଉଆସଟେ

ଅନୁମତି ନେଇ ତୁମ

ଲାଗିଗଲା ବୋଧେ କାହାର ନଜର

ଅଧା ରହିଗଲା ପ୍ରେମ

କିଛି ବାଟ ଥିଲା ହୋମନିଆଁ ସାଥି

ଧୋକାଦେଲା ଏ ଜୀବନ

କାହା ବନ୍ଧୁକର ଗୁଳି ଆସି ପ୍ରିୟା

ନେଇଗଲା ତୁମ ପ୍ରାଣ

ହଜିଗଲା  ସ୍ୱପ୍ନ  ଅଧା  ରହିଗଲା

ଗଢ଼ିଥିବା ମାଟିବେଦୀ

ପ୍ରତିଶୋଧ ତୁମ ନେବାପାଇଁ ପୁଣି

ସାଜିଲି ଆତଙ୍କବାଦୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract